ରାୟଗଡ଼ା ଜିଲ୍ଲାପ୍ରଶାସନ ତରଫରୁ କାଶୀପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

0
188
ରାୟଗଡ଼ା ଜିଲ୍ଲାପ୍ରଶାସନ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା /କାଶୀପୁର, (୨୮/୧୧) : ଆଜି ରାୟଗଡ଼ା ଜିଲ୍ଲାପ୍ରଶାସନ ତରଫରୁ କାଶୀପୁର ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।6f006f48 3d9b 4316 b368 35e7b9928ba4 ରାୟଗଡ଼ା ଜିଲ୍ଲାପ୍ରଶାସନ ତରଫରୁ କାଶୀପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲାପ୍ରଶାସନ ତରଫରୁ କାଶୀପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ପିଡ଼ି, ଡିଆର୍ଡିଏ, ରାୟଗଡ଼ା ରବିନାରାୟଣ ତ୍ରିପାଠୀ,ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଗ୍ରାମୀୟ ଜଳଯୋଗାଣ ସହକାରୀଯନ୍ତ୍ରୀ, ପ୍ରକଳ୍ପ ପ୍ରଶାସକ, ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ପଦ୍ମଚରଣ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କାଶୀପୁର, ପ୍ରଦୀପ କୁମାର ପତ୍ତନାୟକ ଗଣେଷ ସାମନ୍ତରାୟ,, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ଼ା, ଉଦ୍ୟାନ କୃଷି ଉପନିର୍ଦେଶକ ପତିତପାବନ ସାମନ୍ତରୟ, ଅଧ୍ୟକ୍ଷ ପଂଚାୟତ ସମିତି, କାଶୀପୁର କଣ୍ଠ ମଝି, ବିଡ଼ିଓ କାଶୀପୁର ମଣିଷ ଦାସ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଅତିରିକ୍ତ ତହସିଲଦାର, କାଶୀପୁର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।3cafc902 d184 480f b985 ba61f553220d ରାୟଗଡ଼ା ଜିଲ୍ଲାପ୍ରଶାସନ ତରଫରୁ କାଶୀପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆଜି ମୋଟ ୭୭ ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା l ସେଥିରୁ ୬୭ ଟି ଵ୍ୟକ୍ତିଗତ ହୋଇଥିବା ବେଳେ ୧୦ ଗୋଟି ସାମୁହିକ ଅଭିଯୋଗ ଆସିଥିଲା l ଜିଲ୍ଲାପାଳ ୩ଜଣକୁ ୧୫ ହଜାର ଟଙ୍କା ରେଡ୍କ୍ରସରୁ ଏବଂ ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲା । ଏହା ସହିତ ତହସିଲଦାରଙ୍କତରଫରୁ ଇନ୍ଦ୍ରାବତୀ ବୁଡି ଅଂଚଳର ବିସ୍ଥାପିତ ୯ଜଣ ହିତାଧିକାରୀଙ୍କୁ ଓ ୧୧ ଗୋଟି ବିଦ୍ୟାଳୟକୁ ଆର.ଓ.ଆର ପଟ୍ଟା ବଣ୍ଟନ କରାଯାଇଥିଲା l ଜିଲ୍ଲାପାଳ ଶ୍ରୀମତ ସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।