Advertisements
Thursday, July 9, 2020
Home 5 T programme ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୯/୧୦): ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି ଦେଖିଛନ୍ତି | ସଚିବ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଔଷଧ ବିତରଣ କେନ୍ଦ୍ର ବୁଲି ଦେଖିବା ସହ କିପରି ଔଷଧ ବିତରଣ କରାଯାଉଛି ସେନେଇ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ |

ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ କେତେଜଣ ଡାକ୍ତର ଅଛନ୍ତି ଏବଂ କ’ଣ ସମସ୍ୟା ରହିଛି ସେନେଇ ମେଡିକାଲ ଅଫିସର ଡା.ସଞ୍ଜୟ କୁମାରଙ୍କୁ ପଚାରି ବୁଝିବା ସହ ଅଧିକ ଆଲୋଚନା କରିଥିଲେ | ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ | ଛାତ୍ରୀମାନଙ୍କ ସହ ପାଠପଢ଼ା ସମ୍ବନ୍ଧରେ ଆଲୋଚନା କରିଥିଲେ | ପରେ ସଚିବ କରଡ଼ାବନ୍ଦ,ଭୁରୁସିଖୁମା, ଖୁଣ୍ଟବାଡ଼ି ଆଦି ସ୍ଥାନକୁ ପରିଦର୍ଶନରେ ଯାଇ ଅଙ୍ଗନବାଡି କେନ୍ଦ୍ର, ଉଠା ଜଳସେଚନ କେନ୍ଦ୍ର ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ | ଏହି ଗସ୍ତ ସମୟରେ ପ୍ରମୁଖ ସଚିବଙ୍କ ସହ ରାୟଗଡା ପିଡି ଡିଆର୍‌ଡିଏ ଅମୃତ ରିତୁରାଜ, ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଡିଡବ୍ଲୁଓ ନନ୍ଦଲାଲ ବିଶ୍ୱାଳ, ସିଡିଏମ୍‌ଓ ଆର୍ତ୍ତବନ୍ଧୁ ନାୟକ, ଡିଏସ୍‌ଡବ୍ଲୁଓ, ମୁନିଗୁଡା ବିଡିଓ ଦିଲ୍ଲୀପ କୁମାର ବେହେରା, ସହକାରୀ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ, ଏପିଓ ମାନସୀ ପାତ୍ର, ବିଏସ୍‌ଏସ୍‌ଓ ରଞ୍ଜିତା ବେହେରାଙ୍କ ସମେତ ବହୁ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: