Tuesday, March 19, 2024

Top 5 This Week

Related Posts

ଟିଟିଲାଗଡକୁ ଜିଲ୍ଲା ଓ ସଇଁତଳାକୁ ସବ-ଡିଭିଜନର ମାନ୍ୟତା ଦାବି

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ସଇଁନ୍ତଲା,ତା (୨୭-୧୧) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଟିଟିଲାଗଡକୁ ଜିଲ୍ଲା ଓ ସଇଁତଳାକୁ ସବ-ଡିଭିଜନର ମାନ୍ୟତା ଦାବି । 

ଟିଟିଲାଗଡକୁ ଜିଲ୍ଲା ଓ ସଇଁତଳାକୁ ସବ-ଡିଭିଜନର ମାନ୍ୟତା ଦାବି କୁ ନେଇ ମହିଳାଙ୍କ ଅଧିକାରକୁ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ଉକ୍ତ ପଞ୍ଚାୟତର ଦୌପଦୀ ବାଗ, ଉର୍ମିଳା ମହାନନ୍ଦ, ସରିତା ମହାନନ୍ଦ, ସନ୍ତସିନୀ ଦୀପ, କୁନ୍ତୀ ମହାନନ୍ଦ, ଲଳିତା ରାଣୀ କୁମ୍ଭାର, ସୁକାନ୍ତି ମହାନନ୍ଦ, ସୁନିତା ବାଗ, ଦୀପା ନାଗ ଓ ଚାନ୍ଦିନୀ ମହାନନ୍ଦ ସମେତ ଶତାଧିକ ମହିଳାଙ୍କ ଉପସ୍ଥିତିରେ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାଁର ଅନେକ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଭତ୍ତା ପାଇବାରୁ ବଞ୍ଚିତ ରହିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡ଼ିବା ଓ ଅନେକ ଲୋକ ଭଙ୍ଗାରୁଜା ଘରେ ଜୀବନ କାଟିବା ଭଳି ଅନେକ ସମସ୍ୟା ସରକାରୀ ଅଧିକାରୀ ଓ ପଞ୍ଚାୟତ ପ୍ରଶାସନର ଅବହେଳା ଯୋଗୁ ସୃଷ୍ଟି ହୋଇଛି ।

ତେଣୁ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ନନ୍ଦ ଆଜି ମହିଳାଙ୍କୁ ନେଇ ଏକ ସଂଗଠନ ଗଠନ କରିଛନ୍ତି । ଏଥିସହିତ ମହିଳାଙ୍କୁ ନିଜ ଅଧିକାର ପାଇଁ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ଟିଟିଲାଗଡ଼କୁ ଜିଲ୍ଲା ଏବଂ ସଇଁନ୍ତଲାକୁ ସବଡିଭିଜନ ମାନ୍ୟତା ଦାବିକୁ ଏହି ସଂଗଠନ ମଧ୍ୟ ସମର୍ଥନ କରୁଥିବାବେଳେ ଆଗାମୀ ଦିନରେ ନିଜ ମାଟିର ହକ୍ ପାଇଁ ଲଢ଼େଇ ଜୋରଦାର କରାଯିବ ବୋଲି ଶ୍ରୀମତୀ ନନ୍ଦ ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles