Sunday, September 20, 2020
Home District News କ୍ଷତାକ୍ତ ହେଟା ବାଘ ଉଦ୍ଧାର

କ୍ଷତାକ୍ତ ହେଟା ବାଘ ଉଦ୍ଧାର

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରିଗାଁ(୨୯.୧୦.୧୯): ଝରିଗାଁ ବ୍ଲକ ଅନ୍ତର୍ଗତ ବାଣୁଆଗୁଡା ଗ୍ରାମ ନିକଟସ୍ଥ ଚାଷଜମି ଠାରେ ଗତକାଲି ରାତ୍ର ସମୟରେ ଜନ୍ତୁଟି କରୁଣ ଚିତ୍କାର କରି କାନ୍ଦୁଥିବାର ଶୁଣି ଗ୍ରାମବାସୀ ଝରିଗାଁ ବନ ବିଭାଗକୁ ଖବର ଦେଇଥିଲେ |

ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ହରେଲାଲ ନିହାଲ, ଗାର୍ଡ ରାଜୁ ମଣ୍ଡଳ ପ୍ରମୁଖ ଗାଁରେ ପହଞ୍ଚି କାନ୍ଦ ସ୍ୱରକୁ ଅନୁସରଣ କରି ଚାଷଜମି ମଧ୍ୟରେ ପସି କ୍ଷତାକ୍ତ ଅବସ୍ଥାରେ ମୁଣ୍ଡରେ ଆଘାତ ପାଇଥିବା ଏକ ହେଟାବାଘକୁ ପାଇଥିଲେ । ଘଟଣା ସ୍ଥଳରୁ ହେଟାବାଘକୁ ଉଦ୍ଧାର କରି ଝରିଗାଁ ଅଣାଯାଇଥିଲା । ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଅନୁପସ୍ଥିତ ଯୋଗୁଁ ଏଲ ଆଇଙ୍କ ଦ୍ଵାରା ଚିକିତ୍ସା ଆରମ୍ଭ କରାଯାଇଥିଲା । ଶେଷରେ ଘଟଣା ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆଜି ପାପଡାହାଣ୍ଡି ହରିଣ ପାର୍କ | ମନୋଜ ନିଜ ଟିମ ସହ ଝରିଗାଁରେ ପହଞ୍ଚି ହେଟାବାଘର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାପଡାହାଣ୍ଡିରେ ଉନ୍ନତମାନର ଚିକିତ୍ସା କରାଯାଇ ହେଟାବାଘଟି ସୁସ୍ଥ ହେବା ପରେ ଜଙ୍ଗଲ ଛାଡ଼ି ଦିଆଯିବ ନେଇ ଜଣେଇ ହେଟାବାଘଟିକୁ ପାପଡାହାଣ୍ଡି ହରିଣ ପାର୍କକୁ ନେଇଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: