Thursday, March 28, 2024

Top 5 This Week

Related Posts

ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ ସମ୍ବିଧାନ ଦିବସ ପାଳନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୬/୧୧) : ଶନିବାର ଦିନ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ ସମ୍ବିଧାନ ଦିବସ ପାଳନ ସହ ନୂତନ ଓ ପ୍ରତ୍ୟାଶିତ ଭୋଟରଙ୍କ ପଞ୍ଜିକରଣ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ ସମ୍ବିଧାନ ଦିବସ ପାଳନ । ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ମୁଖ୍ୟ ଅତିଥି ତଥା ରାୟଗଡ଼ା ବି ଡି ଓ ଶ୍ରୀ ଲକ୍ଷ୍ମୀନାରାୟଣ ସାବତ, ମହାବିଦ୍ୟାଳୟ ଅଧ୍ୟକ୍ଷା ଭି ଆର ରତ୍ନ ଶ୍ରୀ, ବରିଷ୍ଠ ପ୍ରାଧ୍ୟାପକ ଡ: ପ୍ରସନ୍ନ କୁମାର ଗନ୍ତାୟତ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ: ସରସ୍ଵତୀ ରାୟ, ଡ:ବବିଲତା ସରଫ, ଅରୁଣ କୁମାର ଖାଡଙ୍ଗା, ସହକାରୀ ଜିଲ୍ଲାପାଳ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହକାରୀ ଜିଲ୍ଲାପାଳ ପୁଷ୍ପାଞ୍ଜଳି ଚୌଧୁରୀ, ରାୟଗଡ଼ା ଜିପିଇଓ ଗୋପାଳ ପଣ୍ଡା, ଏବିଇଓ ଛବିଲାଲ ସିଂ, ରାୟଗଡ଼ା ପୌର ପାଲିକା ର ଚନ୍ଦ୍ର ଶେଖର ରଥ ତଥା ସଂପୃକ୍ତ ବୁଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଉପଜିଲ୍ଲାପାଳ ଶ୍ରୀ ଶବର ଉପସ୍ଥିତ ସଭିଙ୍କୁ ସମ୍ବିଧାନର ପ୍ରସ୍ତାବନା ବା ମୁଖବନ୍ଧଟିକୁ ପାଠ କରାଇବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ସଂକଳ୍ପ କରାଇଥିଲେ । ଗଣତନ୍ତ୍ରରେ ନାଗରିକଙ୍କ ଭୋଟଦାନ ଅଧିକାର ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ସମସ୍ତ ସାବାଳକ ଓ ପ୍ରତ୍ୟାଶିତ ଯୁବ ଭୋଟରଙ୍କ ପଞ୍ଜିକରଣ ଜରୁରୀ ବୋଲି ଉପଜିଲ୍ଲାପାଳ କହିଥିଲେ । ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରୋଜେକ୍ଟର ମାଧ୍ୟମରେ ଭୋଟର ହେଲ୍ପଲାଇନର ବ୍ୟବହାର ସହ ଯୋଗ, ବାଦ୍ ଓ ସଂଶୋଧନ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ ।

ଭୋଟର ସଂଶୋଧନ କାର୍ଯ୍ୟ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବୁଥ ସ୍ତରୀୟ ଅଧିକାରୀଙ୍କ ନିକଟରେ ନିଜ ନିଜ ବୁଥ ରେ ଗରୁଡ଼ ଆପ ମାଧ୍ୟମରେ ଫର୍ମ ଦାଖଲ କରିପାରିବେ । ଭି ଏଚ ଏ, ଏନଭିଏସ୍ ପି , ସିଇଓ ଓଡ଼ିଶା ସାଇଟ୍ ମାଧ୍ୟମରେ ମଧ୍ୟ ଭୋଟର ତାଲିକାରେ ନିଜର ନାମ, ବୁଥର ଅବସ୍ଥିତି ଓ ବୁଥ ସ୍ତରୀୟ ଅଧିକାରୀଙ୍କ ବିଷୟରେ ତଥ୍ୟ ଜାଣିବା ସହ ନିଜର ନାମ ଯୋଗ, ବାଦ୍ ଓ ସଂଶୋଧନ ଅନ ଲାଇନ୍ ମାଧ୍ୟମରେ ଅତି ସହଜରେ ହୋଇପାରୁଥିବା ବି ଡି ଓ ଲକ୍ଷ୍ମୀନାରାୟଣ ସାବତ ପ୍ରକାଶ କରିଛନ୍ତି ।

Popular Articles