Advertisements
Tuesday, July 14, 2020
Home headline ପୁଣି ଭାରରେ ବୁହା ହେଲେ ରୋଗୀ

ପୁଣି ଭାରରେ ବୁହା ହେଲେ ରୋଗୀ

ରିପୋର୍ଟ: ଡିଙ୍ଗର କିଶୋର ସାହୁ
ମ. ରାମପୁର(୨୯/୧୦): ଦୁଇ ତିନି ଦିନ ହେବ ଦେହ ଖରାପ, ହେଲେ ଯନ୍ତ୍ରଣା ସହି ହେଉନି, କି କହି ହେଉନି | ଡାକ୍ତରଖାନା ଯିବେ ତ କେମିତି ? ଗାଁକୁ ରାସ୍ତା ଥିଲେ ତ | ଯେ ପର୍ଯ୍ୟନ୍ତ ଦେହ ଯନ୍ତ୍ରଣା ସମ୍ଭାଳି ହେଲା ସେ ପର୍ଯ୍ୟନ୍ତ ସମ୍ଭାଳି ନେଲେ | କିନ୍ତୁ ଯେତେବେଳେ ଯନ୍ତ୍ରଣା ଅସମ୍ଭାଳ ହେଲା ସେତେବେଳେ ଭାରରେ ବୁହାହେଲେ ରୋଗୀ |

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍‌ର ବାଡାପଦର ଗାଁରେ | ସୂଚନା ଅନୁଯାୟୀ, ଡାପଦର ଗାଁର ଜଣେ ମହିଳା ସୁରତି ନାୟକଙ୍କ ଦେହ ଖରାପ ଥିଲା । ଶରୀରରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ହେଲେ ଗାଁକୁ ରାସ୍ତା ନ ଥିବାରୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ପରିଶେଷରେ ଅନ୍ୟ ଉପାୟ ନ ପାଇ ଗାଁ ଲୋକେ ସୁରତିଙ୍କୁ ଭାରରେ ବୋହି ୧୦କିଲୋମିଟର ଦୁରରେ ଥିବା ମ,ରାମ୍‌ପୁର ଡାକ୍ତରଖାନାକୁ ଆଣିଥିଲେ । ଏ ହେଉଛି ମ.ରାମପୁର ବ୍ଲକ୍ ସୁରତି ନାୟକଙ୍କ ଦୁଃଖ କାହାଣୀ । ଏ କେବଳ ସୁରତିଙ୍କ ଦୁଃଖ କାହାଣୀ ନୁହଁ । ହଜାର ହଜାର ଲୋକ ନିଜ ଦେହକୁ ଏମିତି ଯନ୍ତ୍ରଣା ଦେଉଛନ୍ତି ବଣ ପାହାଡ଼ ଘେରା ଅଞ୍ଚଳରେ । କାରଣ ତାଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ସାତ ସପନ। ଆଉ ଆମ୍ବୁଲାନ୍ସ କଥା ପଚାରେ କିଏ । ଯେତେବେଳେ ମଣିଷ ଚନ୍ଦ୍ରପୃଷ୍ଠକୁ ଯିବାକୁ ବ୍ୟଗ୍ର, ଠିକ ସେତିକି ବେଳେ ଜୀବନ ବଞ୍ଚେଇବା ଲାଗି ରାସ୍ତା ଦେଉଛି ବାଧା । ଏ କଣ ଏକବିଂଶ ଶତାବ୍ଦୀର ହାଇଟେକ ମଣିଷ ତଥା ତାରି ସମାଜ, ସରକାର ପାଇଁ ହାସ୍ୟାସ୍ପଦ ନୁହଁ କି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: