ଆଇନ୍ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ ହେବା ସହ ମୁଟ୍ କୋର୍ଟ ଉଦଘାଟିତ

0
115
ଆଇନ୍ ମହାବିଦ୍ୟାଳୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୬/୧୧) : ଆଜି ବଲାଙ୍ଗୀର ଆଇନ୍ ମହାବିଦ୍ୟାଳୟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ମୁଟ୍ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି ।

ଆଇନ୍ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସଂଜୀବ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ତଥା ଲ’ କଲେଜ ପରିଚାଳନା ସମିତିର ସଭାପତି ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ଜିଲ୍ଲା କୋର୍ଟ ଗୁଡିକରେ ସମ୍ବିଧାନର ବିଭିନ୍ନ ଧାରା ଗୁଡିକର ସଠିକ ପ୍ରୟୋଗ ହୋଇ ପାରୁନଥିବାରୁ ଦୁଃଖ ପ୍ରକାଶ କରିଥିଲେ । ଦେଶରେ ଏକ ସୁଶାସନ ପାଇଁ ତଥା ନିଜର ମୌଳିକ ଅଧିକାର ସମ୍ପର୍କରେ ଅବଗତ ହେବା ପାଇଁ ସମସ୍ତେ ସମ୍ବିଧାନକୁ ପଢ଼ିବା ଉଚିତ ବୋଲି ଶ୍ରୀ ମିଶ୍ର କହିଥିଲେ ।

ମୁଖ୍ୟବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ଯୋଗ ଦେଇ ସମ୍ବିଧ।।ନର ବ୍ୟବହାର ଦେଶର ଅନେକ ସମସ୍ୟାକୁ ଦୂର କରିପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ତଥା ସୁସାହିତ୍ୟିକ ଡ. ପ୍ରହଲ୍ଲାଦ ଶତପଥୀ ଯୋଗ ଦେଇ ସମ୍ବିଧାନ ର ଆବଶ୍ୟକତା ଓ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବଲାଙ୍ଗୀର ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ, ମୁଟ୍ କୋର୍ଟର ଶୁଭାରମ୍ଭ ଆଲୋଚନାଚକ୍ରର ଆବାହକ ତଥା ଲ କଲେଜର ଏସିଷ୍ଟାଣ୍ଡ ପ୍ରଫେସର ଚଣ୍ଡିପ୍ରସାଦ ଖମାରୀ ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ ଓ ତତ୍‌ସଂପର୍କିତ ଆଇନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ ।

ଆଲୋଚନାଚକ୍ରକୁ ଲ’ କଲେଜର ଏସୋସିଏଟ୍ ପ୍ରଫେସର ମଣିନ୍ଦ୍ର ସିଂ ହଂସପାଲ ସଂଯୋଜନା କରିଥିଲେ । ମୁଟ୍ କୋର୍ଟ ମାଧ୍ୟମରେ ଲ କଲେଜ ଛାତ୍ରଛାତ୍ରୀ ମାନେ କୋର୍ଟରେ ମୁକଦ୍ଦମା ପରିଚାଳନାର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ସମ୍ବିଧାନ ଦିବସ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ନିଜର ଲିଖିତ ସନ୍ଦର୍ଭ ପାଠ କରିଥିଲେ । ଆଲୋଚନାଚକ୍ରରେ କଲେଜର ଅଧ୍ୟାପକ କିଶୋର ଆଚାର୍ଯ୍ୟ, ବଂଶୀ ହୋତା, କର୍ମଚାରୀ ସୁବ୍ରତ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଟେଲ ଓ କଲେଜ ର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।