Advertisements
Thursday, July 9, 2020
Home Development ନିଆଁରେ ପୋଡି ବୃଦ୍ଧ ଦମ୍ପତି ଗୁରୁତର

ନିଆଁରେ ପୋଡି ବୃଦ୍ଧ ଦମ୍ପତି ଗୁରୁତର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୮/୧୦): ଶୋଇଥିବା ସମୟରେ ଦିପରୁ ନିଆଁ ଲାଗି ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା କ୍ରମେ ଲମତାପୁଟ ବ୍ଲକର ଡାବୁଗୁଡା ପଞ୍ଚାୟତ ଅଧୀନ ଧାଡ଼ି ଗ୍ରାମରେ ଗତକାଲି ରାତି ନଅଟା ସମୟରେ ଶ୍ୟାମସୁନ୍ଦର ଖିଲ ୬୦ ଓ ଦଇମତି ଖିଲ ୫୫ଙ୍କ ପରିବାରର ଉଭୟ ସ୍ବାମୀ ସ୍ତ୍ରୀ ଖାଇପିଇ ସୋଇଥିଲେ ।

କରେଣ୍ଟ ନ ଥିବାରୁ କିରସିନି ଦିପ ଲଗେଇ ସୋଇ ପଡ଼ିଥିଲେ । କିନ୍ତୁ ଗତ ରାତିର ପ୍ରବଳ ବର୍ଷା ଓ ପବନ ହେବାଯୋଗୁଁ ଦିପ ପଡିଯାଇ ଗ୍ରିଲ୍ ରେ ଲାଗିଥିବା ଡୋର୍ ସ୍କ୍ରୀନରେ ଲାଗିଯାଇଥିଲା । ଧୀରେ ଧୀରେ ନିଆଁ ଘରର ଗୋଟିଏ ବଖରାର ସମସ୍ତ ଆସାବପତ୍ରରେ ଲାଗି ସୋଇଥିବା ବିଛଣାରେ ଲାଗିଯାଇଥିା । ତେଣୁ ଉଭୟଙ୍କ ଶରୀରରେ ଲାଗି ଯାଇଥିଲା । ପରେ ଉଭୟ ଉଠି ଚିତ୍କାର କରିବାରୁ ପଡ଼ିଶା ଘର ଲୋକେ ଉଠି ବହୁ କଷ୍ଟରେ ଉଭୟଙ୍କୁ ଘର ଭିତରୁ ଉଦ୍ଧାର କରିଥିଲେ । ସେତିକିବେଳେକୁ ଉଭୟଙ୍କ ଶରୀର ଅଧିକାଂଶ ସ୍ଥାନରେ ନିଆଁ ଲାଗି ପୋଡ଼ି ସାରିଥିଲା । ଗ୍ରାମର ଲୋକେ ତୁରନ୍ତ ଏକ ଅଟୋ ରିକ୍ସା ଯୋଗେ ଲମତାପୁଟର ଘୋରେ଼ଇ ହସ୍ପିଟାଲ୍ ଆଶା କିରଣରେ ଭର୍ତି କରିଥିଲେ । ନିଆଁ ଲାଗିବା ଯୋଗୁଁ ଅସବାପତ୍ର ପୋଡିବା ସହ ନଗଦ ୧୪ହଜାର ଟଙ୍କା ମଧ୍ୟ ପୋଡ଼ିଯାଇଛି । ପରେ ଖବର ପାଇ ଡାବୁଗୁଡା ଆରଆଇ ନମିତା ବାଗ୍ ଆସାକିରଣ ହସ୍ପିଟାଲ୍ କୁ ଯାଇ ସ୍ବାସ୍ଥ୍ୟବ୍ୟସ୍ଥା ଦେଖି ପଚାରି ବୁଝିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: