ଯମ ଦ୍ଵିତୀୟା ବା ଚିତ୍ରଗୁପ୍ତ ଦେବଙ୍କ ପୂଜା

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୨୯/୧୦): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ଚିତ୍ରଗୁପ୍ତ ଦେବଙ୍କ ପୂଜା କରାଯାଏ । ବ୍ରହ୍ମାଙ୍କ କାୟାରୁ ଚିତ୍ରଗୁପ୍ତ ଦେବ ଜନ୍ମ ଗ୍ରହଣ କରିଥିଲେ । ଯମଙ୍କ ନିକଟରେ ଚିତ୍ରଗୁପ୍ତ ସମସ୍ତ ମଣିଷ ଜାତିର ଜୀବନ ନାଟକର ହିସାବ ରଖିଥାନ୍ତି ।

ଚିତ୍ରଗୁପ୍ତ ଦେବଙ୍କ ପୂଜା କଲେ ଜ୍ଞାନ ଆହରଣ ହୋଇଥାଏ । ଲେଖିବାର ଇଚ୍ଛା ଥିଲେ ଚିତ୍ରଦେବଙ୍କୁ ପୂଜା କରିବା ଉଚିତ । ପଦ୍ମ ପୁରାଣ, ବ୍ରହ୍ମ ପୁରାଣ, ଓ ସ୍କନ୍ଧ ପୁରାଣ ତଥା ଯମ ସଂହିତାରେ ଚିତ୍ରଗୁପ୍ତ ଦେବଙ୍କ ବର୍ଣ୍ଣନା ରହିଛି । ବୈଦିକ ଯୁଗରୁ ଚିତ୍ରଗୁପ୍ତଙ୍କ ପୂଜା କରାଯାଉଛି । ଗୁପ୍ତ ଯୁଗରେ ଚିତ୍ରଗୁପ୍ତ ଦେବଙ୍କ ପୂଜା ଓ ଆରାଧନା କରାଯାଉଥିଲା ବୋଲି ବିଶ୍ବାସ ରହିଛି | ଭାରତ ବର୍ଷର ନୂଆଁ ଦିଲ୍ଲୀ, ଭୋପାଳ, ଖଜୁରାହୋ, ଗୟା, ଗୁନା ପ୍ରଭୂତି ସ୍ଥାନରେ ଚିତ୍ରଗୁପ୍ତ ଦେବ ମନ୍ଦିର ରହିଛି । ସେହିପରି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ଚିତ୍ରଗୁପ୍ତ ଦେବଙ୍କ ମନ୍ଦିର ଅଛି ।

Comments are closed.