Friday, March 29, 2024

Top 5 This Week

Related Posts

ସୋନପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୧୧) : ସୋନପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2022 11 26 at 21.40.01 ସୋନପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ସୋନପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସମ୍ବିଧାନ ଦିବସ ପାଳିତ । ଆରମ୍ଭରେ ପୂର୍ବାହ୍ନରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମ୍ବିଧାନ ର ପ୍ରସ୍ତାବନା ପୃଷ୍ଠା ରୁ ଶପଥ ପାଠ କରାଇଥିଲେ । ପ୍ରାଧ୍ୟାପକ ଲେଫ୍ଟଲେଣ୍ଟ ଅନନ୍ତ ନାରାୟଣ ଦାଶ, ଅଧ୍ୟାପକ ରକି ବିଶ୍ୱାଳ, ଅଧ୍ୟାପକ ଅକ୍ଷୟ କୁମାର ସାହୁ ପ୍ରଭୁତି ସମ୍ବିଧାନ ର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ଡଃ. ସୌରଭ ରଞ୍ଜନ ଖମାରୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଲେଫ୍ଟଲେଣ୍ଟ ଆଶିଷ କୁମାର ଅଗ୍ରୱାଲ ସହାୟତା କରିଥିଲେ ।

Popular Articles