ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

0
138
ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୬/୧୧) : ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ଦିବସ ଜିଲ୍ଲା ପାଠାଗାର ଠାରେ ପାଳିତ ହୋଇଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗ ଦେଇ ସମ୍ବିଧାନ ଦିବସ ପାଳନ ର ଆଭିମୁଖ୍ୟ ଉପରେ ଆଲୋକପାତ କରି ବକ୍ତୃତା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ବକ୍ତୃତା ପ୍ରତିଯୋଗିତା ର ବିଚାରକ ତଥା ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ରମେଶ ପ୍ରସାଦ ମେହେର, ଆଇ. ପି. ଇ. ଆନନ୍ଦ କୁମାର ବେହେରା, ସାହିତ୍ୟିକ ନୀଳ ଲୋହିତ ମହାପାତ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିରଞ୍ଚି ଧରୁଆ ଯୋଗ ଦେଇଥିଲେ ।

ବକ୍ତୃତା ପ୍ରତିଯୋଗିତା ରେ ତୃପ୍ତିମୟୀ ଭଞ୍ଜ -ପ୍ରଥମ, ଅନମେୟ ପଣ୍ଡା -ଦ୍ଵିତୀୟ, ପ୍ରୟାସ ପ୍ରତୀକ ପାଣିଗ୍ରାହୀ -ତୃତୀୟ ସ୍ଥାନ (କେନ୍ଦ୍ରୀୟ ବିଦ୍ୟାଳୟ) ଏବଂ ସାନ୍ତ୍ୱନା ମୂଳକ ପୁରସ୍କାର ସରକାରୀ ବାଳିକା ବିଦ୍ୟାଳୟ ର ମନୀଷା ରାଣୀ ପୁରୋହିତ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ର ଶ୍ରୀରୁପା ଅତିଥି ପୁରସ୍କୃତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ । ଏହି ଅବସରରେ ରେ ସମ୍ବିଧାନ ର ଶପଥ ପାଠ କରାଯାଇଥିଲା ।