Advertisements
Monday, July 6, 2020
Home Cultural & Festival ପଦ୍ମପୁର ରେ ଶ୍ୟାମାକାଳୀପୁଜା, ବୋଡାସମ୍ବର ଲୋକମହୋତ୍ସବ ଉଦଘାଟିତ

ପଦ୍ମପୁର ରେ ଶ୍ୟାମାକାଳୀପୁଜା, ବୋଡାସମ୍ବର ଲୋକମହୋତ୍ସବ ଉଦଘାଟିତ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୨୯/୧୦): ସାର୍ବଜନୀନ ମା ଶ୍ୟାମା କାଳୀଙ୍କ ପୂଜନୋତ୍ସଵ ଅବସରରେ ପଦ୍ମପୁର ହନୁମାନ ପଡ଼ାଠାରେ ଗତ କାଲି ବୋଡାସମ୍ବର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ତ୍ରିପୁରାସୁର ଦରବାର ତଥା ଲୋକ ମହୋତ୍ସବକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ । ଯୁବନେତା ପ୍ରଶାନ୍ତ ମହାନ୍ତି ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିଲେ ।

ତ୍ରିପୁରାସୁର ଭୂମିକାରେ ବିଜୟ ଦେବତା ଅତ୍ୟନ୍ତ ନିଖୁଣ ହୋଇ ପାରିଥିବା ବେଳେ ଲୋକକଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା । ଦୀର୍ଘ ୩୧ବର୍ଷ ଧରି ହନୁମାନ ପଡ଼ାଠାରେ ହେଇ ଆସୁଥିବା ଏହି କାଳୀ ପୂଜାର ଏକ ବିଶେଷତ୍ୱ ରହିଛି ଯେ ଏଠାକାର କାକରା ଭୋଗ । ପ୍ରତି ବର୍ଷ ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ମହିଳାମାନେ ଏଠାରେ ମାଙ୍କ ଠାରେ ନିଜ ମନସ୍କାମନା ପୁରଣ ପାଈଁ କାକରା ଭୋଗ ଲାଗି କରନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ଅଜିତ ଶତପଥୀ, ଉପସଭାପତି ଧରମ ପାଢ଼ୀ ଓ ମୁନା ଭୋଇ, ସମ୍ପାଦକ ପ୍ରିତେଶ ବହିଦାର, କୋଷାଧ୍ୟକ୍ଷ ଶ୍ୟାମଳ ଦାସ, ସରୋଜ ବହିଦାର, ନରସିଂହ ପଟ୍ଟନାୟକ, ଅଶୋକ ବହିଦାର, ପ୍ରମୋଦ ନାଥ, ସଂଜୀବ ବହିଦାର, ସୁରଞ୍ଜିତ ବହିଦାର, ସୁବାସ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ପଦ୍ମପୁର ଅଞ୍ଚଳର ସୁନାମଧନ୍ୟ ବଲିଉଡ କଲାକାର ଜଗନ୍ନାଥ ସେଠଙ୍କୁ ବୋଡାସମ୍ବର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: