Thursday, March 28, 2024

Top 5 This Week

Related Posts

କୋରାପୁଟରେ ଦୁର୍ଘଟଣା ଆଶଙ୍କା ବଢାଉଛି ଘନ କୁହୁଡି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୬ /୧୧) : କୋରାପୁଟ ଜିଲ୍ଲାରେ ଗତ ୨/୩ ଦିନ ଧରି ସୂର୍ଯ୍ୟୋଦୟ ପୂର୍ବରୁ ତଥା ସୂର୍ଯ୍ୟୋଦୟର ବେଶ୍ କିଛି ସମୟ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଛି । ତେଣୁ କୋରାପୁଟରେ ଦୁର୍ଘଟଣା ଆଶଙ୍କା ବଢାଉଛି ଘନ କୁହୁଡି

କୋରାପୁଟରେ ଦୁର୍ଘଟଣା ଆଶଙ୍କା ବଢାଉଛି ଘନ କୁହୁଡି । ଫଳରେ ମାଳ ଅଞ୍ଚଳ ହୋଇଥିବାରୁ ଦ୍ଵିତୀୟ କାଶ୍ମୀର ଭଳି ଦେଖା ଯାଉଥିବା ବେଳେ ଜାତୀୟ ରାଜପଥ ନଂ ୨୬, ୨୦୧, ୬୩ ଓ ରାଜ୍ୟ ରାଜପଥ ନଂ ୪୮ ରେ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଉଛି । ଅପର ପକ୍ଷରେ ଲମ୍ବା ରାସ୍ତା ଅତିକ୍ରମ କରୁଥିବା ଯାତ୍ରୀବାହୀ ବସ୍ ଚାଳକ ମାନେ ରାତ୍ରିର ଶେଷ ପ୍ରହରରେ ଆଖି ପତା ଅବଶ ହୋଇ ଆସିଲା ବେଳକୁ କୁହୁଡିର ଆରମ୍ଭ ଯାତ୍ରୀ ମାନଙ୍କ ତଥା ରାଜପଥ କଡରେ ପ୍ରାତଃ ଭ୍ରମଣ କାରୀ ମାନଙ୍କ ଚିନ୍ତାର କାରଣ ପାଲଟିଛି ।

ବୋରିଗୁମ୍ମା ଓ ଜୟପୁର ଆଖପାଖ ଅଞ୍ଚଳରେ ତଥା କୋରାପୁଟ ଘାଟି, ସୁଙ୍କି ଘାଟି ସମେତ କୋରାପୁଟ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ କରି ୨/୩ ଘଣ୍ଟା ପର୍ଯ୍ୟନ୍ତ ଗାଡି ମଟର ଚାଳକ ମାନେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ ତଥା ବିଶେଷ କରି ମଦ୍ୟ ପାନ ଠାରୁ ସମ୍ପୂର୍ଣ୍ଣ ଦୁରେଇ ରହିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Popular Articles