Tuesday, March 19, 2024

Top 5 This Week

Related Posts

କଉଁରୁଗୁଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିଙ୍ଗାରି ଗ୍ରାମ ପଞ୍ଚାୟତ ର କଉଁରୁଗୁଡା ଗ୍ରାମ ରେ ଦେଖିବା କୁ ମିଳିଛି ଏକ ଦୁଖଃ ଦାୟକ ସୂଚନା ।

୨୦୧୬ ମସିହାରେ କଉଁରୁଗୁଡା ଗାଁ’ର କାମିୟା ତିମାକା, ବାଙ୍ଗାରି ପ୍ରେପକା ଓ ଫୁଲମତି ହିକକା ଙ୍କୁ ନିରୀହ ଗରିବ ଶ୍ରେଣୀ ର ଆଦିବାସୀ ଲୋକ ବୋଲି ସରକାର ଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗେଇ ଦେଇଥିଲେ । ସେମାନେ କହିବା ଅନୁଯାୟୀ ଘର କାମ ଶେଷ ହୋଇଗଲା ତାଙ୍କୁ କାର୍ଯ୍ୟାଦେଶ ପତ୍ର ଦେଲେ ନାହିଁ । ତଥାପି ନିଜର ପରିଶ୍ରମ ରେ ଘର କାମ ସାରିଦେଲେ । ଆଜକୁ ଘର କାମ ସରିକି ୫ବର୍ଷ ବିତିଯାଇଥିଲେ ମଧ୍ୟ ଫାଇନ ବିଲ କରି ନ ଥିବା ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କର୍ଣ୍ଣପାତ କରୁନାହାନ୍ତି ବୋଲି କହିଛନ୍ତି ।

Popular Articles