Friday, March 29, 2024

Top 5 This Week

Related Posts

ନିୟମଗିରି ରେ ପ୍ରଧାନମନ୍ତ୍ରୀ ସଡକ କାର୍ଯ୍ୟ ନିମ୍ନମାନର : ଭିଜିଲାନ୍ସ ତଦନ୍ତ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳର ଡଙ୍ଗରିଆ ଲୋକଙ୍କ ଯାତାୟାତର ସୁବିଧା ପାଇଁ ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିୟମଗିରି ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା କରିଥିବା ବାସସ୍ପଟ ମାରୁଥିବା ବେଳେ ଏହାର ସୁଯୋଗ ଆରଡି ବିଭାଗ ନେଇ ନିମ୍ନମାନର ରାସ୍ତା କରି କୋଟି କୋଟି ଟଙ୍କା ହଡପ କରିବାର ଲାଗିଛି ।

ଏହାକୁ ନେଇ ଘର ବିରଧ କରିଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନେ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ଦୃଶ୍ୟଟି ହେଉଛି କଲ୍ୟାଣସିଂହପୁର ବ୍ଲକ ନିୟମଗିରି ରେ ପ୍ରଧାନମନ୍ତ୍ରୀ ସଡକ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତା ନିର୍ମାଣ କୁ ନେଇ ବହୁ ଚର୍ଚ୍ଚିତ । କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତର ନିୟମଗିରିରେ ଲଙ୍କା କାଣ୍ଡ ଗୁଳି କାଣ୍ଡ ଜଳା ପୋଡା ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ।

କିନ୍ତୁ ଠିକାଦାର ଓ ଆରଡ଼ି ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନମାନର ରାସ୍ତା ନିର୍ମାଣ କରାଯାଇଥିବାରୁ ୯ କୋଟି ୬୮ଲକ୍ଷ ଟଙ୍କାର ପ୍ରଧାନମନ୍ତ୍ରୀ ରାସ୍ତା ୯ ମାସ ନପୁରୁଣୁ ପିଚୁ ଉଠି ଖାଲଖମା ହୋଇଗଲା । ଏହି ପ୍ରଧାନମନ୍ତ୍ରୀ ସଡକ ଟି ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହି ନିୟମଗିରି ରାସ୍ତା କାମକୁ ଗୋଟିଏ ପଟେ ମାଓବାଦୀ ମାନେ ଓ ଆଉ ଗୋଟେ ପଟେ ଡଙ୍ଗରିଆଙ୍କ ପ୍ରବଳ ବିରୋଧ କରିଥିଲେ ।

୨୦୧୪ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସେଇ ସମୟରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପିଙ୍କୁ ବିରୋଧ କରି ମାଓବାଦୀ ମାନେ ଗାଡ଼ି ମୋଟର ପୋଡି ଦେଇଥିଲେ । ମାଓବାଦୀଙ୍କୁ ଖାତିରି ନକରି ପୁଲିସ, ସିଆରପିଏଫ ଜବାନଙ୍କୁ କୋମ୍ଭିଙ୍ଗ କରାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ମଧ୍ୟ ଘଟିଲା । ନିୟମଗିରି ପାହାଡରୁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ନଷ୍ଟ ହେବା ଆଶଙ୍କାରେ ଡଙ୍ଗରିଆ ମାନେ ପାର୍ସାଲି ଠାରେ ଅତିଥି ଭବନ କୁ ପୋଡି ଦେଇଥିଲେ । ଏତେ ସବୁ କଷ୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଡଙ୍ଗରିଆଙ୍କ ସହମତିରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

କିନ୍ତୁ ଡଙ୍ଗରିଆଙ୍କ ସରଳତାକୁ ନେଇ ଠିକାଦାର ଓ ଆରଡ଼ି ବିଭାଗର ଅଧିକାରୀ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅତି ନିମ୍ନମାନର କାର୍ଯ୍ୟ କରି ଥିବାରୁ ରାସ୍ତାର ମେଟାଲ, ମରମ, ପିଚୁ ବାହାରି ପଡି ଖାଲଖମା ହୋଇଯିବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଛି । ଏବେ ଡଙ୍ଗରିଆ ମାନେ ଅଣନିଶ୍ୱାସ ହୋଇ ସାରିଲେଣି ଏମିତିକି ବାଇକ, ଅଟୋରିକ୍ସା ଚାଲିବା କଷ୍ଟକର ହୋଇ ପଡ଼ିଛି ।

ନିୟମଗିରି ମାଓବାଦୀ ଅଞ୍ଚଳ ହୋଇଥିବାରୁ ଏହାର ସୁଯୋଗ ନେଇ ସରକାରୀ ଉଚ୍ଚସ୍ତରୀୟ ଅଧିକାରୀ ମାନେ ମାଓବାଦୀଙ୍କ ଭୟରେ ତଦାରଖ ନକରି କାର୍ଯ୍ୟାଳୟରେ ବସି ବିଲ ସାରି ଦେଇଛନ୍ତି । ଯେତିକି ମେଟାଲ, ବାଲି, ମରମ, ପିଚୁ ପଡିବା କଥା ସେତିକି ମାତ୍ରାରେ ପଡିନଥିବା ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ବୁଡୁଣୀ ଠାରୁ ଲମ୍ବା ଗ୍ରାମ ପର୍ଯ୍ୟନ୍ତ କଦର୍ଯ୍ୟ ରାସ୍ତା ହୋଇଛି ଯାହା ଫଳରେ ଗର୍ଭବତୀ ମହିଳା, ଜ୍ଵର , ବେମାର ହେଲେ ଆମ୍ବୁଲାନ୍ସ ମଧ୍ୟ ଯାଇପାରିବ ନାହିଁ ।

ଏ ସମ୍ପର୍କରେ ଆର ଡି ବିଭାଗ ର କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ରାଉତରାୟ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ୮ ଦିନ ମଧ୍ୟରେ ବୁଡୁଣି ଠାରୁ ଲମ୍ବା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବ ଏପଟେ ଡ଼ଙ୍ଗରିଆ ଙ୍କ ଅଭିଯୋଗ ରହିଛି । ଏହି ରାସ୍ତା କୁ ତୁରନ୍ତ ବିଜିଲାନ୍ସ ତଦନ୍ତ କରି ନିୟମଗିରି ଅଞ୍ଚଳରେ ସ୍ଥାୟୀ ଓ ଭଲ ରାସ୍ତା ନିର୍ମାଣ କରିବା ପାଇଁ କୃଷ୍ଣ ସିକକା, ପୁଲେମେ କାଡ୍ରାକା ,
ବେଙ୍ଗସିକା ସାନି, ରବି ମହାନ୍ଦିଆ ପ୍ରମୁଖ ନିୟମଗିରି ବାସିନ୍ଦା ଦାବୀ କରୁଛନ୍ତି ।

Popular Articles