Advertisements
Monday, July 6, 2020
Home Death Case ଯାଇଥିଲେ ଦାଦନ ଖଟି ଫେରିଲେ ଶବ ହୋଇ

ଯାଇଥିଲେ ଦାଦନ ଖଟି ଫେରିଲେ ଶବ ହୋଇ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୨୮/୧୦): ମୁରିବାହାଲ ବ୍ଲକ ବିଟାବନ୍ଦ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟବାହାଲି ଗ୍ରାମର ଘାସିରାମ ବଗର୍ତିଙ୍କ ପୁଅ ହୃଷୀ ବଗର୍ତି (୨୬) ଚେନ୍ନାଇକୁ କାମ କରିବାକୁ ଯାଇ ସେଠାରେ ତାଙ୍କର ଦୁର୍ଘଟଣାରେ ମୃତ ହୋଇଛି | ସୂଚନା ଅନୁସାରେ ତିନି ମାସ ଆଗରୁ ଘଣ୍ଟବାହାଲି ଗ୍ରାମରୁ ମୃତ ହୃଷିକେଶ ଏବଂ ତାଙ୍କ ଶଳା ବାଳଗୋପାଳ ଖରଶେଲ ସାଙ୍ଗ ହୋଇ ଚେନ୍ନାଇକୁ କାମ କରିବାକୁ ଯାଇଥିଲେ |

ସେଠି ସେମାନେ ବିଲଡିଂରେ ସେଣ୍ଟେରିଂକାମ କରୁଥିବା ସମୟରେ ସେ ଆଉ ତାଙ୍କ ଶଳା ପଡିଯାଇଥିଲେ ଏଥିରେ ହୃଷୀଙ୍କ ହାତ ଭାଙ୍ଗିଯାଇଥିବା ଗୁରୁବାର ଦିନ ଜଣେ ମିସ୍ତ୍ରୀ ଫୋନ ମାଧ୍ୟମରେ ଘାସିରାମ ବଗର୍ତିଙ୍କୁ ତମର ପୁଅର ହାତ ଭାଙ୍ଗିଥିବା ଜଣାଇଥିଲେ ଓ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିବା କହିଥିଲେ | ଏଥିରେ ତାଙ୍କ ସଂଦେହ ହେଲା ହାତ ଭାଙ୍ଗିଛି ସେମାନେ କାହିଁକି ଆଇସିୟୁରେ ରଖିଛନ୍ତି ବୋଲି ମୃତ ହୃଷୀଙ୍କ ଶଳା ଦିଗସନ ଖରସେଲଙ୍କୁ ପଠେଇଥିଲେ | ସେ ଯାଇ ଦେଖିଲା ବେଳକୁ ଗୋଟିଏ ଆମ୍ବୁଲାଏନ୍ସ ରେ ହୃଷୀର ଶବକୁ ଗାଁକୁ ପଠାଉଥିବା ଦେଖିଲେ | ତାଙ୍କର ଶ୍ରମିକ କାର୍ଡ ପଂଜିକୃତ ହୋଇ ନ ଥିବା ଜଣାପଡିଛି | ତାଙ୍କ ସଂଗେ ଆଉ ଜଣେ ଯାଇଥିବା ତାଙ୍କ ଶଳା ବାଳଗୋପାଳ ଖରସେଲ ମଧ୍ୟ ପଡିଯାଇ ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ହୋଇ ବୁର୍ଲାରେ ଚିକତ୍ସାଧୀନ ଅଛନ୍ତି | ରାତି ୧୦ ଟାରେ ମରଶରୀର ପହଂଚିଲାପରେ ଅଂଚଳରେ ଶୋକର ଛାୟା ଖେଲିଯାଇଛି | ମୃତ ହୃଷିଙ୍କର ଗୋଟିଏ ତିନି ବର୍ଷ ର ପୁଅ ଆଶିଷ ସ୍ତ୍ରୀ ହେମଲତା ବଗର୍ତି (୨୬) ସେ ୯ମାସର ଗର୍ଭବତୀ ଅଛନ୍ତି | ସରକାର ଯେଉଁ ମାଲିକ ପାଖରେ କାମ କରୁଥିଲେ ସରକାରଙ୍କ ତରଫରୁ ତାକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ ବୋଲି ଗ୍ରାମବାସୀ ସରକାର ମୃତ ଗରିବ ପରିବାରକୁ ସାହାଯ୍ୟ କରିବାପାଇଁ ଦାବି ହେଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: