ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ୍ ଦିବସ ପାଳିତ

0
176
ଆଇନସେବା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୬/୧୧) : ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଜି ତା ୨୬.୧୧.୨୦୨୨ ରିଖ ଶନିବାର ଦିନ ରାୟଗଡ଼ା ସିଭିଲକୋର୍ଟ ପରିସରରେ ଥିବା କନଫରେନ୍ସ ଗୃହ ରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 11 26 at 17.43.38 1 ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ୍ ଦିବସ ପାଳିତ

ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ସୋନାଲି ପଟ୍ଟନାୟକ, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀମତି ମିନା ପ୍ରିୟଦ ର୍ଶୀନି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୋମ୍ୟରୂପ ସାହୁ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀମତି ଶୁ୍ଭାସିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡ଼ା ବାର୍ ଆସୋସିଏସନ୍ ର ସଂପାଦକ ଙ୍କ ସମେତ ବହୁ ଓକିଲ, କୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଓକିଲ, କୋର୍ଟ କର୍ମଚାରୀ ମାନେ ସମ୍ବିଧାନ ର ଉଦେଶିକା ପାଠ କରିଥିଲେ । ପରିଶେଷରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ଆଇନ୍ ଦିବସର ସୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ମାଧ୍ୟମରେ ଆଇନ୍ ଦିବସର ମହତ୍ବ, ଆଇନର ଉତ୍ପତ୍ତି, କାର୍ଯ୍ୟଧାରା, ସମ୍ବିଧାନର ଆବଶ୍ୟକତା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ ।

ଉପସ୍ଥିତ ଅନ୍ୟାନ୍ୟ ବକ୍ତାମାନେ ନିଜର ଅଭିଭାଷଣ ରେ ଆଇନସେବା ପ୍ରାଧିକରଣର ଉଦ୍ଦେଶ୍ୟ, ସୁସ୍ଥ ସମାଜ ଗଠନ ରେ ଆଇନଜିବୀ ମାନଙ୍କର ଭୂମିକା ଆଦି ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପରେ ପରିଚାଳିତ କରିଥିଲେ।