Advertisements
Monday, July 6, 2020
Home District News ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ସାତ ପଞ୍ଚାୟତ ବାସି, ବନ୍ଦ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁଣି ଖୋଲିବାକୁ ଦାବି

ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ସାତ ପଞ୍ଚାୟତ ବାସି, ବନ୍ଦ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁଣି ଖୋଲିବାକୁ ଦାବି

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୭/୧୦): ଅନକାଡିଲିର ବନ୍ଦ ହୋଇ ପଡିରହିଥିବା ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁଣି ଥରେ ଖୋଲିବାକୁ ଦାବି କରାଯାଇଛି । ଏ ସମସ୍ୟା ନେଇ ପୂର୍ବରୁ ଲମତାପୁଟ ବ୍ଲକର ତିନୋଟି ବାଡିଗଡ, ଚିକେନପୁଟ, ଅନକାଡିଲି ଓ ଖଇରୀପୁଟ ବ୍ଲକର ଅନ୍ଡ୍ରା ହାଲ୍, ବଡ଼ଡୁରାଲ, ମାଡକାପଦର, ମୁଦୁଲିପଡା ଗ୍ରାମବାସି ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଦ୍ୱାରା କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ସୂଚନା ଥାଉକି ଗତ ମାସରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ବହୁତ ଆକ୍ରାନ୍ତରେ ଅଛନ୍ତି । ଏ ଖବର ନେଇ କିଛି ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଲମତାପୁଟରୁ ଡ଼ାକ୍ତରୀ ଦଳ ଯାଇ ଆକ୍ରାନ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା କରି ଫେରିଆସିଛନ୍ତି । ତେଣୁ ପରବର୍ତ୍ତୀ ସମୟରେ କୌଣସି ସୁଧାର ଆସୁନାହିଁ । ଲୋକେ ସଚେତନତା ଅଭାବରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡାଫୁଙ୍କା ଦିଶାରି ଗୁଣିଆ ଲିପ୍ତ ରହି ଅକାଳରେ ନିଜ ଜୀବନକୁ ଛାରଖାର କରୁଛନ୍ତି । ଏପରି ସ୍ଥଳେ କୌଣସି ରୋଗୀ ମୃତ୍ୟୁ ବରଣ କରେ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସି । କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଓ ମାଲକାଗିରି ଜିଲ୍ଲାର ଖଇରୀପୁଟ୍ ବ୍ଲକର ସାତଟି ପଞ୍ଚାୟତ ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ୧୫ଦିନରେ ଏହାର ସ୍ଥାୟୀ ସମାଧାନ କରାଯିବା ପାଇଁ ଦାବି କରିଛନ୍ତି । ନ ହେଲେ ସାତ ଟି ପଞ୍ଚାୟତର ପ୍ରାୟ ୩୦ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: