Advertisements
Monday, July 6, 2020
Home Development ଆବାସିକ ବିଦ୍ୟାଳୟ ଓ ଆଶ୍ରମରେ ଦୀପାବଳି ମାନିଲେ ରାୟଗଡା ପୋଲିସ ପ୍ରଶାସନ

ଆବାସିକ ବିଦ୍ୟାଳୟ ଓ ଆଶ୍ରମରେ ଦୀପାବଳି ମାନିଲେ ରାୟଗଡା ପୋଲିସ ପ୍ରଶାସନ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୮/୧୦): ରାୟଗଡା ଜିଲ୍ଲା ଏକ ଆଦିବାସି ପ୍ରବଣ ଜିଲ୍ଲା | ଏହି ଜିଲ୍ଲାରେ ୯୦ ଭାଗ ଆଦିମ କାଳରୁ ରହି ଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ | ଏହି ସମ୍ପ୍ରଦାୟର ଲୋକମାନେ ସରଳ, ବିଶ୍ୱାସୀ ସାଙ୍ଗକୁ ଗରିବ ମଧ୍ୟ | ସେମାନଙ୍କ ରୋଜଗାର ପନ୍ଥା ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାହାକୁ ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି ପୁରା ବର୍ଷ ତମାମ |

ସେମାନଙ୍କ ମନରେ ମଧ୍ୟ ଥାଏ ଆମେ ବି ଏହି ଦୀପାବଳୀକୁ ଧୁମଧାମରେ ପାଳିବା ପାଇଁ, କିନ୍ତୁ ସେମାନଙ୍କ ପାଇଁ ବାଧକ ସାଜିଥାଏ ଟଙ୍କା | ସେମାନେ ଯାହା ରୋଜଗାର କରନ୍ତି ସେମାନଙ୍କ ନୀତିଦିନ ଗୁଜରା କରିବା କଷ୍ଟକର ତ ଦୀପାବଳିରେ ଦୀପ ତେଲ, ବାଣ କିଣିବେ କୋଉଠୁ | କିନ୍ତୁ ଚଳିତ ବର୍ଷ ରାୟଗଡା ଥାନା ଏସ ଡି ପି ଓ, ତପନ ନାରାୟଣ ରଥ, ଥାନା ଅଧିକାରୀ ଓ ଅନ୍ୟ ଅଧିକାରୀ ମିଶି ରାୟଗଡା ସହର ମଧ୍ୟରେ ଥିବା ଵିଭିନ୍ନ ଆବାସିକା ବିଦ୍ୟାଳୟ ଓ ଆଶ୍ରମରେ କୁନି କୁନି ପିଲାଙ୍କୁ ମିଷ୍ଠାନ ବଣ୍ଟନ କରିବା ସହ ସେମାନଙ୍କ ସହ ବାଣ ଫୁଟାଇ ଦୀପାବଳୀ ବହୁ ଖୁସିରେ ପାଳନ କରିଥିବା ଦେଖିବାକୁ ମିଳିଛି | ରାୟଗଡା ପୋଲିସର ଏପରି ଉଦ୍ୟମ ଜିଲ୍ଲାବାସୀଙ୍କ ଏକ ସୁନ୍ଦର ବାର୍ତା ପ୍ରଦାନ କରୁଛି | ଏପରି ନିଆରା କାର୍ଯ୍ୟକୁ ଜିଲ୍ଲାବାସୀ ଓ ବିଭିନ୍ନ ମହଲରୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଜିଲ୍ଲା ପୋଲିସ ଓ ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କୁ ସାଧୁବାଦ ଜଣାଉଛନ୍ତି ରାୟଗଡା ସହରବାସୀ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: