Friday, March 29, 2024

Top 5 This Week

Related Posts

ରୋଲର କୁ ଧକ୍କା ଦେଲା ବାଇକ୍; ଜଣେ ମୃତ, ୨ଆହତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲମତାପୁଟ, (୨୬/୧୧) : କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଏକ ରୋଲର କୁ ବାଇକ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ରୋଲର କୁ ଧକ୍କା ଦେଲା ବାଇକ୍; ଜଣେ ମୃତ, ୨ଆହତ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ୍ୟ ଖିଲର। ଆହତ ପୂର୍ବ ଖିଲର ଓ ଶୁକ୍ରା ଖିଲରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୩ ଜଣ ବ୍ୟକ୍ତି ଗୋଟିଏ ପରିବାର ବୋଲି ଜଣାଯାଇଛି । ସମସ୍ତଙ୍କ ଘର ଦଶପୁଟ ଅଞ୍ଚଳରେ ବୋଲି ଜଣାଯାଇଛି ।

ସାତ ସେମିଲି ଓ ଥୁବା ନିକଟରେ ରାସ୍ତା ମରାମତି କାମ ଚାଲିଥିବାରୁ ରାସ୍ତାକାମରେ ନିୟୋଜିତ ରୋଲରଟି ରାସ୍ତା କଡ଼ରେ ଠିଆ ହୋଇଥିଲା । ଗତକାଲି ସନ୍ଧ୍ୟା ସମୟରେ ଚୈତନ୍ୟ, ପୂର୍ବ ଓ ଶୁକ୍ରା ଏକ ବାଇକ୍‌ରେ ପାଡୁଆ ଅଞ୍ଚଳରୁ ଦଶପୁଟ ଆସୁଥିଲେ । ନନ୍ଦପୁର ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ରୋଲର ସହ ତାଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ଚୈତନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ପୂର୍ବ ଓ ଶୁକ୍ର ଆହତ ହୋଇଥିଲେ । ଉଭୟଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ସାତସେମିଲି ନିକଟରେ ଶବକୁ ରଖି ରାସ୍ତାରୋକ କରିଥିଲେ । ରାତିସାରା ରାସ୍ତା ରୋକ ଜାରି ରହିଥିଲା । ଆଜି ସକାଳେ ନନ୍ଦପୁର ଆଇଆଇସି ଓ ଏସଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏବେ ବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି ।

Popular Articles