ବାଲିମେଳା ଜଳ ଭଣ୍ଡାରରୁ ଜଳ ନିଷ୍କାସନ

ରିପୋର୍ଟ-ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା(୨୭/୧୦): ଚିତ୍ରକୋଣ୍ଡା ଥରେ ଥିବା ବାଲିମେଳା ଜଳ ଭଣ୍ଡାରରେ ସାଧାରଣତ ୧୫୧୬ଫୁଟ କ୍ଷମତା ଥିବା ବେଳେ ତାହା ବର୍ତ୍ତମାନ ୧୫୧୬ ଫୁଟ ରୁ ଅଧିକ ହେବା ଫଳରେ ଗୁରୁପ୍ରିୟା ସେତୁକୁ ସଙ୍କଟ ପୂର୍ଣ୍ଣ ଥିବାରୁ ପ୍ରଶାସନ ଜଳ ଭଣ୍ଡାରରେ ନିଷ୍କାସନ ପାଇଁ ନିଷ୍ପତି ନେଇଛନ୍ତି ।

ସେକେଣ୍ଡକୁ ୪୦୦୦ ବର୍ଗଫୁଟ ଜଳ ନିଷ୍କାସନ ଗୋଟିଏ ଗେଟ ରୁ କରାଯାଉଛି । ବର୍ତ୍ତମାନ ୨ଟି ୪ ନମ୍ବର ଓ ୫ନଂବର ଗେଟ ଖୋଲାଯାଇଛି | ୨ଗେଟ ରେ ସେକେଣ୍ଡକୁ ୮୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ପ୍ରଶାସନ ଜଣାଇଛନ୍ତି । ବଙ୍ଗୋପସାଗରରେ ଲଘୁଚାପଜନିତ ଜନିତ ପ୍ରବଳ ବର୍ଷା ଚିତ୍ରକୋଣ୍ଡାରେ ହୋଇଥିବାରୁ ଏହି ଜଳ ପତନ ଅଧିକରୁ ଅଧିକ ଵୃଦ୍ଧି ହୋଇଥିଲା । ତେଣୁ ବାଲିମେଳା ଜଳଭଣ୍ଡାର ରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇଥିଲା ବୋଲି ପ୍ରଶାସନ ତରଫରୁ ଜଣାଇ ଥିଲେ ।

Comments are closed.