ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୧୬/୦୮) : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧିନତା ଦିବସ ସଦର ମହକୁମା ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସହରରେ ଡାକବାଜି ଯନ୍ତ୍ର ଯୋଗେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୁନ୍ ପରିବେଷଣ କରାଯାଇଥିଲା ଏବଂ ସହର ସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।
ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧିନତା ଦିବସ ଉତ୍ସବର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମାନ୍ୟବର ମନ୍ତ୍ରୀ ଏଲେକ୍ଟ୍ରନିକ୍ସ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା ଓଡ଼ିଶା ସରକାର ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ଏବଂ ଜିଲ୍ଲା ବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ।
ମାନ୍ୟବର ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଭାରତର ସ୍ଵାଧୀନତା ପ୍ରାପ୍ତି ଇତିହାସକୁ ମନେ ପକାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସଦେଇ ଦେଶ ମାତୃକା ପାଇଁଁ ତ୍ୟାଗ ଓ ବଳି ଦାନ ଦେଇ ଥିବା ଦେଶର, ଓଡ଼ିଶାର ଓ ସହିଦ ମାଟି ନବରଙ୍ଗପୁର ଜିଲ୍ଲାର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ନବରଙ୍ଗପୁର ଜିଲ୍ଲାର ପପଡାହାଣ୍ଡି ବ୍ଲକ୍ର ତୂରୀ ନଦୀ କୂଳରେ ସ୍ଵାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ୍ ପୋଲିସ ର ବର୍ବରତା ପାଇଁ ଘଟିଯାଇଥିବା ଲୋମ ହର୍ଷଣ କାରି ଘଟଣା ରେ ପୋଲିସ ଗୁଳିରେ ସହିଦ ହୋଇ ଥିବା ୧୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ କଥା ମନେ ପକେଇ ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ସେହି ବୀର ସ୍ଵାଧୀନତା ସଂଗ୍ରାମୀ ଆମ ସମସ୍ତଙ୍କ ପାଇଁ ଚୀର ପୂଜ୍ୟ ଓ ନମସ୍ୟ ବୋଲି କହିଥିଲେ।
ନବରଙ୍ଗପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, କ୍ରୀଡା, ଯୁବ ସେବା, ସଂସ୍କୃତି ପର୍ଯ୍ୟଟନ, ଆଇଟି ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଅତିଥି ସୂଚନା ଦେଇଥିଲେ ଏବଂ ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ସେହିପରି ମହାମାରୀ କରୋନା ଯୋଗୁଁ ମଣିଷର ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ପଡିଛି । ରାଜ୍ୟରେ ତଥା ଜିଲ୍ଲାରେ କୋରନା ସ୍ଥିତି ନିୟନ୍ତ୍ରଣାଧିନ ଥିଲେ ମଧ୍ୟ ଏଥି ପ୍ରତି ଆମେ ସମସ୍ତେ ସଚେତନ ହୋଇ କୋଭିଡ-୧୯ ମାର୍ଗ ଦର୍ଶିକା ଅବଲମ୍ବନ କରି କରୋନାକୁ ପ୍ରତିହତ କରିବାରେ ସମସ୍ତଙ୍କର ସହଯୋଗ ସେ କାମନା କରିଥିଲେ । ଏହି ଅବସରରେ ୨୧ ଜଣ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଥିଲା ।
ସେହିପରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ କାୟାକଳ୍ପ ସମ୍ମାନ ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର ୧୨ ଗୋଟି ଉତ୍ତମ ଜନ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।
ଏଥିରେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନି,ମାନ୍ୟବର ବିଧାୟକ ଡାବୁଗାଁ,ଶ୍ରୀ ମନୋହର ରନ୍ଧାରୀ , ଜିଲ୍ଲାପରିଷଦ ସଭାପତି, ଶ୍ରୀମତୀ ଭଗବତୀ ଭତ୍ରା , ଜିଲ୍ଲାପାଳ ଡକ୍ଟର ଅଜିତ୍ କୁମାର ମିଶ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପି ଏସ୍ ପାର ବାର୍ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରତ୍ନାକର ସାହୁ, ଉପଜିଲ୍ଲାପାଲା ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ପି ଏ ଆଇଆଟିଡିଏ ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଶୋଭା ରାଣୀ ମିଶ୍ର, ତହସିଲଦାର ଶ୍ରୀ ରବୀନ୍ଦ୍ର ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁ ବିଭିନ୍ନ ବିଭାଗୀୟ ଅଧିକାରୀ କୋରୋନା ଯୋଦ୍ଧା, ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ ।
ଏସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧକାରୀ ଶ୍ରୀ ହଳଧର ନୀଆଲ୍ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।