Tuesday, March 19, 2024

Top 5 This Week

Related Posts

ଲାଉ ତୁମ୍ବା ହସ୍ତଶିଳ୍ପ ମାଗଣା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫/୧୧) : ଓଡ଼ିଶାରେ ପ୍ରଥାମ ଥର ପାଇଁ ଗତକାଲିଠାରୁ ଡ଼ି.ସି. ଲାଉ ତୁମ୍ବା ହସ୍ତଶିଳ୍ପ ଭୁବନେଶ୍ୱର ତରଫରୁ ପ୍ରେରଣା ସ୍କୁଲ ରାୟଗଡ଼ା ପରିସରରେ ନେଚୁରାଳ ଫାଇବାର (ତୁମ୍ବା କ୍ରାଫ୍ଟ) ଉପରେ ଦୁଇ ମାସର ଏକ ମାଗଣାରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି ।

ରାୟଗଡ଼ା ଜିଲ୍ଲାର ୩୦ ଜଣ ଯୁବକ ଯୁବତୀଙ୍କ ପ୍ରଶିକ୍ଷଣ ନିମନ୍ତେ ବଛା ଯାଇ ତାଲିମ ପ୍ରଦାନ କରାଯାଉଛି । ଏଥିରେ ଲୋପିପାଉଥିବା ପାରମ୍ପରିକ ଲାଉ ତୁମ୍ବା ରେ କିପରି ବ୍ୟବହାର୍ଯ୍ୟ ଉପକରଣ ଓ ସୁନ୍ଦର ଘର ସଜା ଉପରେ ଶିକ୍ଷା ଦିଆଯାଉଛି । ଏହି ଶିକ୍ଷା ପାଇଁ ଉପଯୁକ୍ତ ସମସ୍ତ ଟ୍ରେନିଂ ପିଲାଙ୍କୁ ମାସକୁ ୭୫୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଓ ସମସ୍ତ ଉପକରଣ ଓ ଦରକାରୀ ଜିନିଷ ମାଗଣାରେ ଯୋଗାଇ ଦିଆଯିବ ।

ଟ୍ରେନିଂ ନେଉଥିବା ସମସ୍ତ ପିଲାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପରିଚୟପତ୍ର ଦିଆଯିବ । ଯାହାଫଳରେ ଏମାନେ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ଯେମିତିକି ଲୋନ, ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ଓ ତାଲିମ ପାଇପାରିବେ । ଏହି ଟ୍ରେନିଂ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ବୟାନ ଶିଳ୍ପ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଅଛି । ଏହି ଟ୍ରେନିଂ କାର୍ଯ୍ୟକ୍ରମ ଟି ମସ୍ତର ଟ୍ରେନର ହିମାଂଶୁ ପାଣ୍ଡିଆ ପ୍ରଶିକ୍ଷଣ ଦେଉଛନ୍ତି ।

ଏହି ଟ୍ରେନିଂ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଡ଼ି.ସି.ହେଣ୍ଡିକ୍ରଫ୍ଟ ଭୁବନେଶ୍ୱର ମାଷ୍ଟର ଡିଯାଇନର ଶ୍ରୀ ରମାନୁଜମ ଵୈରଗଞ୍ଜନ, ଉଲହାସ ଚନ୍ଦ୍ର ବେହେରା, ଶ୍ରୀ ନୀଳାଞ୍ଚଳ ପ୍ରଧାନ ମୁଖ୍ୟ ପ୍ରବନ୍ଧକ ଭାରତୀୟ ଷ୍ଟେଟବ୍ୟାଙ୍କ, ରାୟଗଡ଼ା ଏବଂ ଅର୍ଚ୍ଚନା ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ଟ୍ରେନିଂ ଯୁବା ଶିଳ୍ପୀଙ୍କ ସରକାର ଙ୍କ ବିଭିନ୍ନ ମାର୍ଗ ଉପରେ ବୁଝିଅଇଥିଲେ ଓ କିପରି ଅସୁବିଧା ସମୟରେ ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରି ପ୍ରସାହିତ କରିଥିଲେ ।

Popular Articles