ବାଲିଗୁଡା ଏନଏସିରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା (୨୬.୧୦.୧୯): ବାଲିଗୁଡା ଏନ୍ଏସି ପକ୍ଷରୁ ଆଜି ବିଜେଡି ଦଳ ପକ୍ଷରୁ ଚାଲିଥିବା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରାରେ ବାଲିଗୁଡା ଏନ୍ଏସିର ବିଭିନ୍ନ ବିଜେଡିର ପଦାଧିକାରି ସମେତ ଅତିଥି ରୂପେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ସାମିଲ ହୋଇ ବିଜେଡିର ବିଭିନ୍ନ ଲୋକ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇ ତାର ସୁଫଳତା କହିଥିଲେ |

ସ୍ଥାନିୟ ହନୁମାନ ମନ୍ଦିର ଠାରୁ ପଦଯାତ୍ରାରେ ବଜାର ମଧ୍ୟରେ ଥିବା ତ୍ରିବେଦି ପାର୍କ ସମ୍ମୁଖରେ ସରକାରଙ୍କ ଯୋଜନା ଓ ପଦଯାତ୍ରାର ଆଭିମୂଖ୍ୟ ଉପସ୍ଥାପନ କରି ଦଳକୁ ମଜବୁତ କରିବା ସହ ନବିନ ପଟ୍ଟନାୟକଙ୍କ ସରକାରକୁ ସୂଦୃଢକରିବା ପାଇଁ ଉପସ୍ଥିତ ନେତା ଓ ପଦାଧିକାରି ଆହ୍ବାନ ଦେଇଥିଲେ । ରାଜ୍ୟ ବିଜେଡି କାର୍ଯ୍ୟ କାରୀଣୀ ସଦସ୍ୟ ସେକ ସାଦିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଏନଏସି ଅଧ୍ୟକ୍ଷା ମମତା ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିଚନ୍ଦ୍ର ପାଳ, କ୍ଳେଶ ପ୍ରଧାନ, ଆଦିକନ୍ଧ ମହାରଣା, ଟୁଟୁ ଆଚାରୀ, ଶ୍ରୀନିବାସ ରାଓ ସମେତ ହଜାରେ ରୁ ଅଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ |

Comments are closed.