Related Contents

ମା ବୁଢୀଠ।କୁରାଣୀ ନବଦିନ ଘଟଯାତ୍ରା ପ୍ରସ୍ତୁତି ବୈଠକ

ନବରଙ୍ଗପୁର: ନବରଙ୍ଗପୁର ମା ବୁଢ଼ୀ ଠାକୁରାଣୀ ମନ୍ଦିର ଠାରେ ନବରଙ୍ଗପୁର ତହସିଲଦାର ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ତା ୧୯.୩.୨୦୧୮ରିଖ ଠାରୁ ୨୭.୩.୨୦୧୮ରିଖ ପଯ୍ୟନ୍ତ ମା ବୁଢୀଠ।କୁରାଣୀ ନବଦିନ ଘଟଯାତ୍ରା ଶାନ୍ତି ଶୃଙ୍ଖଳାରେ କିପରି ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା।ନବରଙ୍ଗପୁର ସହର ର ବିଭିନ୍ନ ସାହିର ଭଦ୍ର ବ୍ୟକ୍ତି ବିଶେଷଙ୍କ ଠାରୁ କିଛି ସେବାୟତ ତଥା ପୂଜାରୀ ମାନେ ମଦ୍ୟପାନ ଓ ନିଶା ସେବନ କରି ପୂଜାର୍ଚ୍ଚନା କରୁଥିବାର ନଜରକୁ ଆସିଥିବା ଅଭିଯୋଗ ହୋଇଛି। ମା ଠାକୁରାଣୀଙ୍କ ପୂଜା ବିଧିରେ ସମସ୍ତ ସେବାୟତ ତଥା ପୂଜାରୀ ମାନେ ମଦ୍ୟପାନ ଓ ନିଶା ସେବନ ନ କରି ପୂଜା ବିଧି ସହ ଦେବୋତ୍ତର କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା। ପୂଜା ବିଧିରେ କୌଣସି ସେବାୟତ କିମ୍ବା ପୂଜାରୀ ନିଶା ସେବନ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ତାହାହେଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହୋଇଥିଲା। ପ୍ରକୃତ ସେବାୟତ ଓ ପୂଜାରୀଙ୍କ ନିମନ୍ତେ ଫୋଟ ଲାଗିଥିବା ବେଡ଼ଜ ଦିଆଯିବ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଗଲା।ମନ୍ଦିର ପରିଚାଳନା କମିଟିର ସଭ୍ୟ ନ।ଗେଶ୍ୱର ରାଓ ଗତ ବର୍ଷ ମନ୍ଦିର ପାଣ୍ଠିରେ ୧୪୦୦୦୦/-ଟଙ୍କା ରହିଛି ବୋଲି ପ୍ରକାଶ କରିଥିଲେ। ଏହି ଟଙ୍କାରେ ମନ୍ଦିରର ମୁଖ ଶାଳା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏହି ପ୍ରସ୍ତାବ କୁ ଉପସ୍ଥିତ ସମସ୍ତ ସଭ୍ୟ ସହମତ ପ୍ରକାଶ କରିଥିଲେ।ମନ୍ଦିର ଅଧୀନରେ ଥିବା ଜାଗାକୁ ଅନ୍ୟ କେତେକ ଲୋକ ଅକ୍ତିଆର କରିଥିବା ଯୋଗୁଁ ଏହାର ସମାଧ।ନ ନିମନ୍ତେ ତହସିଲଦାର ଅନୁରୋଧ କରାଯାଇଥିଲା।ତହସିଲଦାର ନବରଙ୍ଗପୁର R.I ଙ୍କୁ ଯଥା ଶୀଘ୍ର ମନ୍ଦିର ଜାଗା କୁ ମାପି ପ୍ରକୃତରେ ମନ୍ଦିର ଜାଗା କେତେ ଅଛି ବାହାର କରିବାକୁ କହିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏ,ନାଗେଶ୍ଵର ରାଓ,ଗଣେଶ ଦାସ, ରାଜେନ୍ଦ୍ର ତିପାଠି,ବରିଷ୍ଠ ଆଇନଜୀବୀ ଝାଡେଶ୍ବର ଖାଡଙ୍ଗା,ନବରଙ୍ଗପୁର ରାଜସ୍ବ ନିରୀକ୍ଷକ, ଗଗନ ସୌରା,ମଧୁସୂଦନ ସାହୁ, ସି,ଏଚ,ଶୀନିବାସ ରାଓ, ମାଧବ ଗୌଡ,ଟୁନା ଦାସ, ଅଲେଖ ସୈରା,ସହ ସହରର ବିଭିନ୍ନ ସାହିର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ ।

Comments are closed.