Saturday, March 30, 2024

Top 5 This Week

Related Posts

ଆପ୍ ରାୟଗଡ଼ା ତରଫରୁ ରାୟଗଡ଼ା ବିଧାନସଭା ଠାରେ ଆପ୍ କର୍ମୀର ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ( ୨୫/୧୧) : ଆପ୍ ରାୟଗଡ଼ା ତରଫରୁ ରାୟଗଡ଼ା ବିଧାନସଭା କାଶିପୁର ଠାରେ ଆପ୍ କର୍ମୀର ସମ୍ମିଳନୀ ଅନୁଷ୍ଠିତ ।WhatsApp Image 2022 11 24 at 19.19.11 1 ଆପ୍ ରାୟଗଡ଼ା ତରଫରୁ ରାୟଗଡ଼ା ବିଧାନସଭା ଠାରେ ଆପ୍ କର୍ମୀର ସମ୍ମିଳନୀ ଅନୁଷ୍ଠିତ

ଆପ୍ ରାୟଗଡ଼ା ତରଫରୁ ରାୟଗଡ଼ା ବିଧାନସଭା କାଶିପୁର ଠାରେ ଆପ୍ କର୍ମୀର ସମ୍ମିଳନୀ କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ, ମୁଖପାତ୍ର, ଓଡ଼ିଶା ତଥା ଜିଲ୍ଲା ଆବାହକ ଶ୍ରୀଯୁକ୍ତ ଜନ୍ମେଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତା ରେ ମହିଳା ସଂଯୋଜିକ ଶ୍ରୀମତୀ ସୁଚିତ୍ରା ପାଇକ ଙ୍କ ନେତୃତ୍ୱ ରେ କାଶିପୁର ବ୍ଳକ ର ଆପ୍ ନେତା ଭୀମ ଝୋଡ଼ିଆ, ରାୟଗଡ଼ା ର ଯୁବନେତା ଜିତେନ୍ଦ୍ର ସେନାପତି, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ କରୁଣାକର ପାଇକ, ବରିଷ୍ଠ ନେତା ମଧୁସୁଦନ ପାଣିଗ୍ରାହୀ, କାଶିପୁର ଗୋରଖପୁର ପଞ୍ଚାୟତ ଆପ୍ କର୍ମୀ ପୂଣ୍ଣ ଚନ୍ଦ୍ର ନାୟକ, ପୋଡାପାଡୀ ପଞ୍ଚାୟତ ର ପ୍ରଶନ ସ୍ୱାଇଁ, ରାଜକିଶୋର ମାଝୀ ଏବଂ ଅନ୍ୟ ସଦ୍ୟସ ମାନେ ଉପସ୍ଥିତ ଥିଲେ ।

କାଶିପୁର ରେ ଆପ୍ ସଙ୍ଗଠନ ଉପରେ ଗୁରୁତ୍ୱ ଦେଇ ଚର୍ଚ୍ଚା । କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ସ୍ୱାଇଁ କହିଥିଲେ ଆମ କାଶିପୁର ରେ ବଡ ବଡ କମ୍ପାନୀ ଅଛି । କମ୍ପାନୀ ଗୁଡିକୁ ଆମ କାଶିପୁର ରୁ ଖଣି, ପାଣୀ, ଜମି ଲୁଟି ନେଉଛନ୍ତି । କିନ୍ତୁ ତା ବଦଳରେ ଆମେ କାଶିପୁର ବାସୀ ପାଉଛୁ କଣ ? ନିଯୁକ୍ତି ବଦଳରେ ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ମିଛ ମକଦ୍ଦମା ରେ କମ୍ପାନୀ ଛନ୍ଦି ଦେଉଛି ।

ସ୍ଥାନୀୟ ନେତା ମାନେ କମ୍ପାନୀ ଠାରୁ ମହୁ ନେଇ ଚୁପ୍ ବସୁଛନ୍ତି ଏଠାର ସ୍ଥାନୀୟ ବିଧାୟକ ବି ଚୁପ୍ ବସିଛନ୍ତି । ଆମ ମନ୍ତ୍ରୀ ମହୋଦୟ ବି ଖନା ହୋଇ ବସିଛନ୍ତି । ଜିଲ୍ଲା ପ୍ରଶାସନ ବି ସବୁ ଜାଣୀ ନ ଜାଣିଲା ଭଳି ଅଭିନୟ କରୁଛି । କିନ୍ତୁ ଆପ୍ ଦଳ ଚୁପ୍ ହୋଇ ବସିବନି । ସାଧାରଣ ଲୋକଙ୍କ ସହ ଅଛି । ଆଉ ରହିବ । ଆଗାମୀ ଦିନରେ କମ୍ପାନୀ ବିରୋଧରେ ଏକ ବଡ ଜନ ଆନ୍ଦୋଳନ କରାଯିବ ।

Popular Articles