Friday, March 29, 2024

Top 5 This Week

Related Posts

ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ : କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୪/୧୧) : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‍ ୱାର୍କରସ ଆସୋସିଏସନ୍ ପକ୍ଷରୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଦୀର୍ଘ ଦିନର ଦାବୀ ଗୁଡିକ ପ୍ରଦାନ କରିଥିଲେ ସୁଦ୍ଧା ସରକାର ଦାବୀ ଗୁଡିକ ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ତଥା ନିଜ କଥା ନିଜେ ନରଖିଥିବା କାରଣରୁ ୨୧ ତାରିଖ ଦିନ ୮ ଦଫା ଦାବୀକୁ ନେଇ ବିଧାନ ସବା ନିକଟରେ ବିକ୍ଷୋବ ପ୍ରଦର୍ଶନ କରାଯାଇଥିଲା ।WhatsApp Image 2022 11 24 at 19.19.10 ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ : କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା

ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ପକ୍ଷରୁ ସାରା ରାଜ୍ୟରୁ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ମିନୀ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନେ ଯୋଗଦାନ କରିଥିଲେ । ମାତ୍ର ୬ ଟି ସେବାକୁ ନେଇ ପ୍ରାରମ୍ଭ ହୋଥିବା ଆସିସିଡିଏସ୍‍ ପ୍ରକଳ୍ପ ଆଜି ଆଇସିଡିଏସ୍‍ ଅମ୍ବେରଲା ସର୍ଭିସ୍‍ ନାଁ ରେ ୬୦ ପ୍ରକାର କାମ କରାଉଛନ୍ତି । ପାରିଶ୍ରମିକ ବାବଦକୁ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ ।

ଏହି ପରି ବିଭିନ୍ନ ଦାବୀ ନେଇ ସରାକଙ୍କୁ ଭେଟିଲେ ରାଜ୍ୟ ସରକାର କହୁଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନା କେନ୍ଦ୍ର ସରକାର କରୁ କେନ୍ଦ୍ର ସରକାର କହୁଛନ୍ତି ଆମେ ୬ ଟି ସେବା ପାଇଁ ପଇସା ଦେଉଛି ବାକି କାମ ରାଜ୍ୟ ସରକାର ଦେଉଛନ୍ତି ସେ ବୁଝନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ଅଙ୍ଗନୱାଡି କର୍ମୀଙ୍କୁ ଶୋଷଣ କରିବା କାମ କରୁଛନ୍ତି ।

ମହିଳା ସଶକ୍ତି କରଣ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିଲା ବେଳେ ଲକ୍ଷ ଲକ୍ଷ ମହିଳା ପୂର୍ଣ୍ଣ ସମୟ କାମକରି ସର୍ବନିମ୍ନ ମଜୁରୀ ଟିଏ ବି ପାଉନାହାନ୍ତି । ମହିଳା, ଶିଶୁ ବିକାଶ ଯୋଜନାରେ କାମକରି ନିଜ ଶିଶୁ ର ବିନାଶ ହେବା ଓ ନିଜ ପରିବାର ପ୍ରତି ଅବହେଳା କରିବା ହିଁ ସାର ହେଉଛି । ବିଗତ କୋରନା ସମୟରେ କେହି ଘରୁ ବାହାରୁ ନଥିବା ସମୟରେ ଅଙ୍ଗନୱାଡି କର୍ମୀ ନିଜ ଜୀବନକୁ ବାଜି ଲଗାଇ କରୋନା କାମ କରିଥିଲେ, କୋରନା କାମ କରୁ କରୁ କେତେଜଣ କରୋନାରେ ମୃତ୍ୟୁ ବରଣ କରିଥିଲେ, ବଡ ଦୁଃଖ ଓ ପରିତାପର ବିଷୟ ଏ ପର୍ଯ୍ୟନ୍ତ ସମସ୍ତେ କରୋନା ଯୋଦ୍ଧା ବୀମା ଟଙ୍କା ପାଇ ପାରି ନାହାଁନ୍ତି ।

ନିଜର ମୌଳିକ ସୁବିଧା ପାଇଁ ସ୍ୱର ଉତ୍ତୋଳନ କଲେ ଚାକିରିରୁ ବାହାର କରିଦିଆଯିବ ବୋଲି ଧମକ ମିଳୁଛି । ବିଭିନ୍ନ ସମୟରେ ଏ ସବୁ ବିଷୟ ସରକାରଙ୍କୁ ଅବଗତ କରାଇଲେ ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଉନାହାନ୍ତି ତେଣୁ ବାଧ୍ୟ ହୋଇ କର୍ମଚାରୀ ମାନେ ନିଜ ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ରାଜ୍ୟ ସଂଘ ନିଷ୍ପତ୍ତି ଅନୁଯାୟୀ ୨୧ ତାରିଖ ରୁ ଆନ୍ଦୋଳନ ଡାକରା ଦେଇଛନ୍ତି ଯାହା ଆଜିକୁ ୪ ଦିନରେ ପହଞ୍ଚିଲା ।

ଏହି ଅବସରରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ସହ ଗଜପତି ଗଞ୍ଜାମ ଏବଂ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍ଜରସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଉଷା ରାଣୀ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ର ସମସ୍ତ ବ୍ଲକ୍ ର ICDS କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।WhatsApp Image 2022 11 24 at 19.19.10 2 ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ : କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା

ଉକ୍ତ ଧାରଣାକୁ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଜିଲ୍ଲା ସଭାପତି ମହନ ରାଓ ମାଝୀ, ବ୍ଳକ ସମ୍ପାଦକ ପରମାନନ୍ଦ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଅସ୍ୱୀକାର ନୀଳଗିରି, କେ ନୀଳାଦ୍ରି ପରିଚାଳନା କରୁଛନ୍ତି । ସରକାର ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ କରିନାହାଁନ୍ତି ସେତେଦିନ ପର୍ଯ୍ୟନ୍ତ ବ୍ଳକ ରୁ ରାଜ୍ୟ ର ରାଜଧାନୀ ପର୍ଯ୍ୟନ୍ତ ସେଣ୍ଟର ବନ୍ଦ କରି ଧାରଣା ରେ ବସି ରହିଥିବୁ ବୋଲି ର ସଂଘ ନିଷ୍ପତ୍ତି ନେଇଥିବା ସଂଘ ପକ୍ଷରୁ ପ୍ରକାଶ କରିଛନ୍ତି ।

ଦାବୀ ଗୁଡିକ ହେଲା ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଶ୍‍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ, ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮୦୦୦ ଓ ସହାୟିକ ମାନଙ୍କୁ ୯୦୦୦ ଟଙ୍କ। ପ୍ରଦାନ କରାଯିବା ସହିତ ଇ.ପି.ଏଫ୍, ଇ.ଏସ୍‍.ଆଇ ଓ ଗ୍ରାଚୁଏଟରେ ସାମିଲ କରାଯାଉ ।

ମିନି ଅଙ୍ଗନୱାଡି ଉଚ୍ଛେଦ କରି ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅତ୍ସ୍‍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ କରାଯାଉ। ଅଙ୍ଗନୱାଡି କର୍ମଚାରୀ, ମିନି ଅଙ୍ଗନୱାଡି କର୍ମଚାରୀ ଓ ସହାୟିକା ଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କ। ଓ ପେନସନ ମାସିକ ୫୦୦୦ଟଙ୍କ। ପ୍ରଦାନ କରାଯାଉ । କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳିନ ୫ ଲକ୍ଷ ଟଙ୍କ। ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ ।

ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍‍ତ୍ସାକରରେ ଅନଲାଇନ ଲୋକେସନକୁ ବନ୍ଦ କରାଯିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯାଉ । ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ସମସ୍ତ ଅଙ୍ଗୱାଡି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ ।

୫୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ ଇତ୍ୟାଦି । ଶ୍ରମିକ ନେତା ତଥା ଭାରତୀୟ ମଜଦୁରର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ, ଅଲ୍‍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‍ ୱାର୍କରସ ଆସୋସିଏସନ୍ ର ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଉଷା ରାଣୀ ଦାଶ ପ୍ରକାଶ କରିଛନ୍ତି ।

Popular Articles