Advertisements
Monday, July 6, 2020
Home 5 T programme ଯନ୍ତ୍ରୀଙ୍କ ବଦଳି ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଯନ୍ତ୍ରୀଙ୍କ ବଦଳି ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରିଗାଁ(୨୫.୧୦.୨୦୧୯): ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ କିପରି ନିଜ ଅଧିକାର ବିଷୟରେ ସଚେତନ ହୋଇପାରିବେ । କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ତାହା ନେଇ ସରକାର ଯୋଜନା ମଧ୍ୟ କରିଛନ୍ତି । କିନ୍ତୁ ଜନସାଧାରଣ ଟିକେ ସଚେତନ ହୋଇ ସରକାରୀ କର୍ମଚାରୀଙ୍କୁ ଯୋଜନା ବିଷୟରେ ଜାଣିବାକୁ ଚାହିଁଲେ ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି ।

ଏହିପରି ଏକ ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ତେଲନଦୀ ପଞ୍ଚାୟତ ବାସୀ । ଆଜି ତେଲନଦୀ ପଞ୍ଚାୟତବାସୀ ବ୍ଲକରେ ଆସି ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବହାଦୁରସିଂ ଧୁରୁଆଙ୍କୁ ତେଲନଦୀ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ସୁନୀଲ କୁମାର ସାମଲଙ୍କୁ ବଦଳି କରିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯନ୍ତ୍ରୀ ସାମଲ ତେଲନଦୀ ପଞ୍ଚାୟତରେ ଦୀର୍ଘ ୩ବର୍ଷ ହେବ କାର୍ଯ୍ୟ କରି ଆସୁଥିବା ବେଳେ ପଞ୍ଚାୟତ ବାସୀଙ୍କୁ ଦୁର୍ବ୍ୟବହାର କରୁଥିବା ସହ ଉନୟନ ମୂଳକ କାର୍ଯ୍ୟରେ ମନମୁଖୀ କାର୍ଯ୍ୟକରିବା, ଜନସାଧାରଣଙ୍କ ଅଜାଣତରେ ପଞ୍ଚାୟତରେ ହେଉଥିବା ଉନୟନ ମୂଳକ କାର୍ଯ୍ୟରେ ଠିକାଦାରଙ୍କ ସହିତ ମିଶି ଆଗୁଆ ଚିପିସ, ବାଲି, ମେଟାଲ ପକାଇବା କାମ କରୁଛନ୍ତି । ସେହିପରି ଜନସାଧାରଣ ଉନୟନ ମୂଳକ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଚାହିଁଲେ ଜନସାଧାରଣଙ୍କୁ ଦୁର୍ବ୍ୟବହାର ସହ ନାଲିଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ସ୍ଥାନୀୟ ଲୋକ ଗୋଟେ କିମ୍ବା ଦୁଇଟି କାମ କଲେ ବିଲ କରିବା ପାଇଁ ମାସ ମାସ ଦିନ ଗଡାଉଥିବା ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଦିନକୁ ଦିନ ଯନ୍ତ୍ରୀ ସାମଲଙ୍କର ଜନସାଧାରଣଙ୍କ ପ୍ରତି ଦୁର୍ବ୍ୟବହାର ଅତିଷ୍ଠ ହୋଇ ତେଲନଦୀ ପଞ୍ଚାୟତବାସୀ ଯନ୍ତ୍ରୀ ସୁନୀଲ କୁମାର ସାମଲଙ୍କୁ ବଦଳି କରିବା ନିମନ୍ତେ ଦାବିପତ୍ର ପ୍ରଦାନ ସହ ନିବେଦନ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: