Advertisements
Monday, July 6, 2020
Home 5 T programme ଡଭା ସମବାୟ ସମିତିରେ ବ୍ୟାପକ ଅନିୟମିତତା, ସଭାପତି ଓ ଅଧିକାରୀ ସମ୍ପୃକ୍ତ ଅଭିଯୋଗ

ଡଭା ସମବାୟ ସମିତିରେ ବ୍ୟାପକ ଅନିୟମିତତା, ସଭାପତି ଓ ଅଧିକାରୀ ସମ୍ପୃକ୍ତ ଅଭିଯୋଗ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୨୫/୧୦): ବରଗଡ଼ ଜିଲ୍ଲା ଡଭା ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ଦେଖା ଦେଇଥିବା ଜଣାପଡିଛି | ଚାଷୀଙ୍କ ଋଣ ତାଙ୍କ ଆତ୍ମସାତ, ଫର୍ଜରି କାଗଜ ପତ୍ର କରି ଛତିଶଗଡ଼ ରାଜ୍ୟର ଧାନ ବିକ୍ରି ଆଦି ଅନେକ ପ୍ରତିବାଦ କରି ଚାଷୀ ସଂଗଠନ ତରଫରୁ ଅନେକ ଥର ଏ ଆର ସି ଏସ, ଡି ଆର ସି ଏସ ଓ ଉପଜିଲ୍ଲାପାଳ ପଦ୍ମପୁରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଉକ୍ତ ସମିତିର ସଭାପତି ଓ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ନ ନେବାରୁ ଜନଅସନ୍ତୋଷ ବୃଦ୍ଧି ପାଇଛି |

ଗତ ଅଗଷ୍ଟ ୨୯ତାରିଖ ଦିନ ପାଖାପାଖି ୨୦୦୦ ଚାଷୀ ଡଭା ସେବା ସମିତିକୁ ଘେରାଓ କରିଥିଲେ | ସେଦିନ ରାତି ୮ଟା ସମୟରେ ଏ ଆର ସି ଏସ, ଡି ଆର ସି ଏସ ଓ ଅନ୍ୟ ଅଧିକାରୀ ପହଂଚି ସମିତିର ଅନିୟମିତତା ର ତଦନ୍ତ ସହ ସ୍ଥାୟୀ ସମ୍ପାଦକ ନିଯୁକ୍ତି ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ | କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଚୁପ ଥିବାରୁ ଚାଷୀ ସଂଗଠନ ଆସନ୍ତା ୧ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଆମରଣ ଅନଶନ କରିବା ପାଇଁ ଡାକରା ଦେଇଛି | ଆଞ୍ଚଳିକ ଚାଷୀ ସଂଗଠନ ତରଫରୁ ଅଶୋକ ସାହୁ, ଜୟକୁମାର ସାହୁ, ସୁବାସ ସାହୁ, ରିପ ବିଳାସ ପଧାନ, ନୁରା ବନଛୋର, ଉର୍ମିଳା କାନ୍ଧ, ଉଦ୍ଧବ ନାଗ, ଅନିଲ କୁମାର ନାୟକ, ରୋହିତ ପଟେଲ, ସ୍ୟାମଲଲ ପଟେଲ, କୃଷ୍ଣ ସାହୁ, ଚିନ୍ତାମଣି ରାଉତ, ବୃନ୍ଦାବନ ସାହୁ, ଧନେଶ୍ୱର ସାହୁ, ଈଶ୍ୱର ସାହୁ, ଆଦି ଚାଷୀମାନେ ସାମିଲ ହୋଇ ଆସନ୍ତା ୧ତାରିଖ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବାକୁ ପ୍ରକାଶ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: