ପୁରୁଣାକଟକ ଠାରେ ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ

0
120
ପୁରୁଣାକଟକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୪/୧୧) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ଘରୋଇ ବସ ମାଲିକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୌଦ୍ଧ, ଫୁଲବାଣୀ, ଦଶପଲ୍ଲା ଓ ଆଠମଲ୍ଲିକ ର ଘରୋଇ ବସ ମାଲିକ ସଂଘ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଫୁଲବାଣୀ ର ସଭାପତି ଟୁଲୁ ପଟ୍ଟନାୟକ, ବୌଦ୍ଧ ର ସେକ ସମିମୁଲ୍ଲା ଙ୍କ ସମେତ ପ୍ରାୟ ତିରିଶ ଜଣ ପ୍ରତିନିଧି ଏହି ବୈଠକ ରେ ଯୋଗ ଦେଇଥିଲେ । ଏହି ବୈଠକ ରେ ବସ ଚଳା ଚଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା । କଟକ ଘରୋଇ ବସମାଲିକ ସଂଘ ର ସଭାପତି ଅଜୟ ବାରିକ ଙ୍କ ଅକାଳ ବିଯୋଗ ରେ ଏହି ବୈଠକ ରେ ଶୋକ ପ୍ରକାଶ କରାଯାଇଥିଲା ।