ପୋଡାକୁଚା ରାସ୍ତା ପାଲଟିଛି ମରଣା ଯନ୍ତା

0
355
ପୋଡାକୁଚା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ଠାରୁ ପୋଡାକୁଚା ପ୍ରଧାନମନ୍ତ୍ରୀ ରାସ୍ତା ମରଣ ଯନ୍ତା ପାଲଟିଛି ।

ଗାଁ କୁ ସମ୍ମାନ ମାଆ କୁ ସମ୍ମାନ ସରକାର ପ୍ରତ୍ୟେକ ପଞ୍ଚାୟତର ଗାଁ କୁ ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ ରାସ୍ତା ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା କର୍ଚ୍ଚ କରି ରାସ୍ତା ନିର୍ମାଣ କରାଯାଉଛି । ଉକ୍ତ ବ୍ଲକ ର ସେରିଗୁମା ପଞ୍ଚାୟତର ହାଟ ପଦା ଠାରୁ ଦେଉଳବାଡି ଦେଇ ପୋଡାକୁଚା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାରତ ସରକାରଙ୍କ ଦ୍ୱାରା ପ୍ରକଳ୍ପ କୁ ରାୟଗଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପରିଚାଳନା ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରାଯାଇଥିଲା ।

ଏହି ରାସ୍ତା ଟି ୨୦୧୭ ମସିହା ଆରମ୍ଭକରି ଥିଲେ । ପ୍ରାୟ ୩.୬୫ କିଲୋମିଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ନିର୍ମାଣ କରାଯାଇଥିଲା । ତାହା ରାସ୍ତା ର ଅବସ୍ଥା ଶୋଚନୀୟ ହୋଇଯାଇଛି । ସ୍ଥାନେ ସ୍ଥାନେ ଖାଲଖମା ହେବା ସହ ରାସ୍ତାରୁ ପିଚୁ ବାହାରି ବଜୁରୀ, ପଥର ବାହାରିପଡିଛି । ଉକ୍ତ ରାସ୍ତାରେ ଛୋଟ ବଡ ଯାନବାହାନ ଚଳାଚଳ ରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସି ।

ଏହିପରି ରାସ୍ତା ରହିଥିବାରୁ ଦୁର୍ଘଟଣା ମଧ୍ୟ ହେଉଥିବା ନଜରକୁ ଆସୁଛି । ଏହି ରାସ୍ତାରେ ଭାରି ଯାନ ନ ଯାଉଣୁ ଯଦି ରାସ୍ତା ର ପିଛୁ ଖସି ଯାଇ ଖାଲଖମା ସୃଷ୍ଟି ପିଛୁ ବାହାରି ପଡୁଛି । ଯଦି ଭାରିଯାନ ଯାତାୟତ କରୁଥିଲେ ରାସ୍ତାର ଅବସ୍ଥା ବର୍ଷେ ନପୁରୁଣୁ ନଷ୍ଟ ହୋଇଯାଇଥାନ୍ତା ପିଛୁ ନ ପକାଇ ମାଟି ରାସ୍ତା ରହିଥିଲେ ଭଲ ହୁଅନ୍ତା ବୋଲି ଅଞ୍ଚଳବାସୀ ରାଇସିଙ୍ଗି ନିସିକା, ଲଡୁ ସାରାକା, ଲକ୍ଷ୍ମଣ ନିସିକା, ପାତିଡି ତିଆକା ଓ ରାମନାଥ ସାରାକା କହିଛନ୍ତି । ସେରିଗୁମା ହାଟ ପଦା ଠାରୁ ଦେଉବାଡ଼ି ଦେଇ ପୋଡାକୁଚା ପର୍ଯ୍ୟନ୍ତ ୩.୬୫ କିମି କରାଯାଇଥିବା ଜଣା ପଡ଼ିଛି । ଏହିପରି କଲ୍ୟାଣସିଂହପୁର ବ୍ଳକ ର ସବୁ ପଞ୍ଚାୟତ ରେ ନିମ୍ନ ମାନର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ହେବା ଯୋଗୁଁ ବର୍ଷେ ନ ପୁରୁଣୁ ପିଛୁ ଉଠିଯିବା ର ଦେଖିବା କୁ ମିଳିଛି ।