ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନ କାର୍ଯ୍ୟକ୍ରମର ଶୁଭାରମ୍ଭ

0
140
ଇନ୍ଦିରା ନଗର

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା,  (୨୩/୧୧) : ଆନିମିଆ ମୁକ୍ତ ଲକ୍ଷ୍ୟ କାର୍ଯ୍ୟକ୍ରମ “ଅମ୍ଳାନ” ଆଜି ସାରା ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳଙ୍କ ଅଶ୍ୱାନ କକ୍ଷରେ ରାୟଗଡ଼ା ଜିଲ୍ଲା ପାଇଁ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନ ର ଶୁଭାରମ୍ଭ ହୋଇଥିଲା ।3e8bb23f d354 4453 aaa7 ad44671d7583 ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡିଶାରୁ ରକ୍ତହୀନତା ଦୂର କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ଅଭିନବ ପ୍ରୟାସ ସ୍ଥାନୀୟ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରକ୍ତ ପରୀକ୍ଷା ମାଧ୍ୟମରେ ପ୍ରାରମ୍ଭ କରାଯାଇଥିଲା । ରାୟଗଡ଼ା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ: ଲାଲମୋହନ ରାଉତରାୟ, ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ ଡ: ରୋହିତ କୁଣ୍ଡୁ ଓ ତାଙ୍କ ସ୍ବାସ୍ଥ୍ୟ କର୍ମୀ ଦଳ,କାଉନସିଲର ସର୍ମିତା ପାଢ଼ୀ, ଏ ବି ଇ ଓ ବଳରାମ ହୁଇକା ଉପସ୍ଥିତ ରହି ଛାତ୍ର, ଛାତ୍ରୀଙ୍କ ରକ୍ତ ନମୂନା ସଂଗ୍ରହ କରି ହିମଗ୍ଲୋବିନ ପରୀକ୍ଷା କରିଥିଲେ ।8da2155a 501e 4057 b544 7eac875478c0 ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ । ଆଇରନ ବଟିକା ସେବନ ପରେ ମଧ୍ୟ କେତେ ପିଲାଙ୍କ ଶରୀରରେ ରକ୍ତହୀନତା ଦେଖାଦେଇଥିବାରୁ, ପ୍ରତି ବିଦ୍ୟାଳୟରେ ରକ୍ତହୀନତା ଶିଶୁ ଚିହ୍ନଟ କରି ସେମାନଙ୍କୁ ପ୍ରତି ସୋମବାର ଔଷଧ ସେବନ ନିମନ୍ତେ ମୁକ୍ତରେ ପ୍ରଦାନ କରାଯିବ ଯେପରି ଜିଲ୍ଲାରୁ ରକ୍ତହୀନତା ଦୂର ହୋଇପାରିବ ବୋଲି ଡ:ଲାଲମୋହନ ରାଉତରାୟ ପ୍ରକାଶ କରିଛନ୍ତି ।