Advertisements
Monday, June 1, 2020
Home District News ଡାଙ୍ଗରିଆ ଆଖିରେ ପଟି ବାନ୍ଦୀ ବାଜିମାରୁଛି ଡ଼ିକେଡ଼ିଏ, ପାରସାଲି ପଞ୍ଚାୟତରେ ଡଙ୍ଗରିଆଙ୍କ ନାମରେ ହରିଲୁଟ ହେଉଥିବାର...

ଡାଙ୍ଗରିଆ ଆଖିରେ ପଟି ବାନ୍ଦୀ ବାଜିମାରୁଛି ଡ଼ିକେଡ଼ିଏ, ପାରସାଲି ପଞ୍ଚାୟତରେ ଡଙ୍ଗରିଆଙ୍କ ନାମରେ ହରିଲୁଟ ହେଉଥିବାର ତଦନ୍ତ କରିବା ପାଇଁ ଅଭିଯୋଗ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର (୨୪/୧୦): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାରସାଲି ଗ୍ରାମ ପଞ୍ଚାୟତର ସଦରମହାକୁମା ଠାରେ ପୁରୁଣା କାମକୁ ମରାମତି କଲାପରେ ନୂତନ ଡଙ୍ଗରେ ପ୍ଲାଟ ଫର୍ମ କାମକୁ ସଜାଡି ନୁଆଁ କାମର ବିଲ କରିଥିବା ଅଭିଯୋଗ ହେଉଛି ।

ଏହି କାମକୁ ଡ଼ି କେ ଡ଼ି ଏ(ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା) ଦ୍ଵାରା କାର୍ଯ୍ୟ କରିଥିବା ଜଣାପଡିଛି ଆଜକୁ ପ୍ରାୟ ୩୦ବର୍ଷ ହେବ ଏହି ସଂସ୍ଥା ପାରସାଲି ପଞ୍ଚାୟତରେ ବିଭିନ୍ନ ଯୋଜନା ଡ଼ଙ୍ଗରିଆ ମାନଙ୍କ ପାଇଁ ଆଣିଛି ହେଲେ ନାମକୁ ମାତ୍ର ଡ଼ଙ୍ଗରିଆ ।ଡାଙ୍ଗରିଆଙ୍କ ନାମରେ ହରିଲୁଟ ହେଉଥିବା ଅଭିଯୋଗ ହେଉଥିବା ବେଳେ ବିନା ତଦାରଖରେ ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ପାରସାଲି ପଞ୍ଚାୟତରେ ଆସୁଥିବା ବେଳେ ରାଜନୈତିକ ଦଳ କିମ୍ବା ସରକାରୀ ସ୍ତରରେ ମଧ୍ୟ କୌଣସି ତଦନ୍ତ କରୁନଥିବା ଜଣାପଡୁଛି । ଫଳରେ ଡଙ୍ଗରିଆ ମାନଙ୍କ ଉନ୍ନତି ବଦଳରେ ଲୁଟିବାରେ ସଫଲ ହେଉଛନ୍ତି ନିରୀହ ତାକୁ ଦେଖି ଡଙ୍ଗରିଆ ମାନଙ୍କୁ ଲୁଟିବାରେ ଲାଗିଥିବା ଶୁଣିବାକୁ ମିଳୁଛି । ଡଙ୍ଗରିଆ ନିରୀହ ହୋଇ ଥିବାରୁ ତାଙ୍କର ଅଭିଯୋଗକୁ କୌଣସି କର୍ମଚାରୀ ମାନେ ମଧ୍ୟ ଶୁଣୁନାହାଁନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ଅପିଲିପି ଓ ଡ଼ି କେ ଡ଼ି ଏ ମିଳିତ ମାଧ୍ୟମରେ ଗତ ଦୁଇ ବର୍ଷ ହେଲା ପଞ୍ଚାୟତର ସଦରମହାକୁମା ଠାରେ ଛତୁ ଉତ୍ପାଦନ କେନ୍ଦ୍ର, ଜିଆ କୁଣ୍ଡ, ହଳଦୀ ଗୁଣ୍ଡ କରିବା ମିସିନ, ଖଲି ପତ୍ର ସିଲେଇ ମିସିନ ଏହିପରି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରୁଥିବା ବାହାନାରେ ଡଙ୍ଗରିଆ ନାମ ଦେଖେଇ ଲୁଟୁଥିବା ବେଳେ ଜିଲ୍ଲାପାଳ ମଧ୍ୟ କୌଣସି ତଦାରଖ ନ କରି ଉଦଘାଟନ କରିବା ପାଇଁ ଆସୁଛନ୍ତି ବୋଲି ସାଧାରଣରେ ପ୍ରକାଶ ହେଉଛି |

ଏହି ଯୋଜନା ମାନ କେତେ ୟୁକ୍ତିଯୁକ୍ତ ଡଙ୍ଗରିଆଙ୍କ ପାଇଁ ତଦନ୍ତ ପରେ ଜିଲ୍ଲାପାଳ ଉଦଘାଟନ କରିବା କଥା ବୋଲି ପାରସାଲି ପଞ୍ଚାୟତ ବାସୀ କହୁଥିବାର ଶୁଣିବାକୁ ମିଳୁଛି । ଆଉ ଶୁଣିବାକୁ ମିଳୁଛି ଯେ ପ୍ରକୃତରେ ଏହି ବିଭିନ୍ନ ଯୋଜନା ଡାଙ୍ଗରିଆଙ୍କ ଉନ୍ନତି ପାଇଁ ନୁହେଁ ଡାଙ୍ଗରିଆ ନାମରେ କୋଟି କୋଟି ଟଙ୍କା ସରକାରୀ ଓ ବେସରକାରୀ ମିଶି ଲୁଟୁଛନ୍ତି ପ୍ରକୃତରେ ଡଙ୍ଗରିଆଙ୍କ ଉନ୍ନତି ପାଇଁ ଏହି ଯୋଜନା ଆସୁଥାନ୍ତା ତେବେ ଡାଙ୍ଗରିଆ ମାନେ ବର୍ତ୍ତମାନ ଉନ୍ନତି ଦିଗରେ ଆସିପାରିଥାନ୍ତେ କାହିଁକି ନା ଡଙ୍ଗରିଆଙ୍କ ନାମ ନେଲା ପରେ ଓଡ଼ିଶା ସରକାର ହେଉ ଭାରତ ସରକାର ହେଉ ଆଖି ବୁଝା ବୋଲି ବିଭିନ୍ନ ଯୋଜନା ପାରସାଲି ପଞ୍ଚାୟତରେ ଦେଉଛନ୍ତି ବୋଲି କେତେକ ଗ୍ରାମରେ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି। ଆଉ କେତେକ ଗ୍ରାମବାସୀ କହିଛନ୍ତି ଯେ ଏହାର ତୁରନ୍ତ ତଦାରଖ କରନ୍ତୁ ପ୍ରକୃତରେ ଡାଙ୍ଗରିଆଙ୍କ ହିତ ପାଇଁ ଯଦି ସରକାର ବିଭିନ୍ନ ପ୍ରକାର ଯୋଜନା ପଠାଉଥିବେ ତାହାହେଲେ କୋୖଣସି ଡାଙ୍ଗରିଆ ଗ୍ରାମ ଉନ୍ନତି ହୋଇନାହିଁ କାହିଁକି ବୋଲି ଦାବୀ କରୁଥିବା ଶୁଣିବାକୁ ମିଳୁଥିବା ବେଳେ ବିଭିନ୍ନ ସମୟରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅବଗତ ନିମନ୍ତେ ପଞ୍ଚାୟତ ସମିତିରେ ମଧ୍ୟ ଅଭିଯୋଗ କରୁଥିବା ପ୍ରକାଶ କରିଛନ୍ତି ।

ଆଉ ସେମାନେ ଦାବୀ କରିଛନ୍ତି ଯେ ପ୍ରକୃତରେ ହିତାଧିକାରୀଙ୍କୁ ଚିହ୍ନଟ କରନ୍ତୁ କେତେ ଡାଙ୍ଗରିଆ ମାନେ ଏହି ପଞ୍ଚାୟତରେ ଆସୁଥିବା ଯୋଜନା ସାମିଲ ହୋଇଛନ୍ତି ଆଉ କେତେଜଣ ଡାଙ୍ଗରିଆ ମାନେ ସରକାରଙ୍କ ଯୋଜନା ପାଇଛନ୍ତି ହୁଏ ତୋ କାଗଜପତ୍ରରେ ନାମ ଥାଇପାରେ ପ୍ରକୃତରେ ଲୋକମାନେ କଣ ପାଇଛନ୍ତି ଏହାର ତର୍ଜମା କରନ୍ତୁ ଯେତେବେଳେ ଦେଖିଲେ ଡାଙ୍ଗରିଆ ଙ୍କ ନାମ ନେଇ ପାରସାଲି ପଞ୍ଚାୟତ ପାଇଁ ସରକାର ଘୋଷଣା କରିଛନ୍ତି ଯେ ଡାଙ୍ଗରିଆଙ୍କ ପାଇଁ କୋଟି କୋଟି ଟଙ୍କା ଦିଆଯାଇଛି ହେଲେ ଯାଉଛି କୁଆଡ଼େ ପାଉଛି କିଏ ଆମ୍ଭମାନଙ୍କ ନାମରେ ସବୁବେଳେ ଲୁଟ ପ୍ରକୃତରେ ଆମ୍ଭମାନଙ୍କ ଉନ୍ନତି ପାଇଁ ଏ ଯୋଜନା ତେବେ ସରକାର ତୁରନ୍ତ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଦିଅନ୍ତୁ ବୋଲି ପ୍ରକାଶ କରିଛନ୍ତି ଆଉ କହିଛନ୍ତି ଯେ ଏହିପରି ଆମ୍ଭ ମାନଙ୍କ ନାମରେ ଲୁଟିବାରେ ସରକାର ଜାରିରଖିଥିବେ ତାହାହେଲେ ଆମେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: