ଶଗଡ଼ ଉପରେ ମାଡ଼ିଗଲା ଟ୍ରକ୍, ୨ବଳଦ ସହ ଦମ୍ପତି ମୃତ

0
129
ଶଗଡ଼

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୨୪/୧୧) : ଶଗଡ଼କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍ । ଦୁର୍ଘଟଣା ରେ ୨ଟି ବଳଦଙ୍କ ସହ ଦମ୍ପତିଙ୍କର ମୃତ୍ୟୁ ଘଟିଛି ।

ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥରେ । ମୃତକମାନେ ହେଲେ ଅସୁରଖୋଲ ଗାଁ’ର ଶରତ ସାହୁ ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ । ଆଜି ସକାଳେ ଶରତ ତାଙ୍କ ସ୍ତ୍ରୀ ବିଶାଖା ଶଗଡ଼ ନେଇ ବିଲରେ କାଟି ରଖିଥିବା ଧାନକୁ ଆଣିବାକୁ ଯାଇଥିଲେ । ଏହି ସମୟରେ ତିଲେଇବଣି ଛକରେ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ଶଗଡ଼ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲେ । ପରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ରେ ଶରତ ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ବଳଦ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗାଡ଼ି ଛାଡ଼ି ସେଠାରୁ ପଳାଇ ଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଏହା ସହ ଦୁର୍ଘଟଣାଗସ୍ତ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।