Friday, March 29, 2024

Top 5 This Week

Related Posts

ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ବନ୍ଦ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଣ୍ଟାବାଞ୍ଜି/ଟିଟିଲାଗଡ଼, (୨୪/୧୧) : ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ଓ ଟିଟିଲାଗଡ଼କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଆଜି ସକାଳ ୬ ଟାରୁ ସଂଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକୁ ସମର୍ଥନ କରି ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଛି । ଟିଟିଲାଗଡ଼ର ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ବନ୍ଦରେ ସାମିଲ ହୋଇଥିବା ବେଳେ ସଇଁନ୍ତଳା ଓ ସିନ୍ଧେକେଲା, ବେଲଗାଁ ଓ ଟିକରାପଡ଼ା ଭଳି ବିଭିନ୍ନ ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ବନ୍ଦ ଯୋଗୁଁ ଗାଡ଼ିଚଳାଚଳ ବନ୍ଦ ରହିଛି । ମେଡିକାଲ ଓ ଅଗ୍ନିଶମ ପରି ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ସେହିପରି କଣ୍ଟାବାଞ୍ଜିକୁ ମଧ୍ୟ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦକୁ ସମର୍ଥନ କରିଛନ୍ତି ସହରର ଅନେକ ସଂଗଠନ । ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟି ବନ୍ଦ ପାଳନ କରୁଛନ୍ତି । ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଗାଡ଼ିଚଳା ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ଯିବାଆସିବା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି ।

Popular Articles