ମହିଳାଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ

ରିପୋର୍ଟ: କପିଳେନ୍ଦ୍ର ଦେବ ସାମନ୍ତରାୟ

ଲମତାପୁଟ(୨୨/୧୦): ନାରୀ ଆଗେଇଲେ ଦେଶ ଆଗେଇବ । ନାରୀ ମାନେ ଏବେ ଘର କୋଣରେ ନ ବସି ପୁରୁଷ ମାନଙ୍କ ସହ ପାଦରେ ପାଦ ମିଶାଇ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲୁଛନ୍ତି । ବର୍ତ୍ତମାନ ସମାଜରେ ବଢ଼ି ଚାଲିଛି ନାରୀ ମାନଙ୍କ ଉପରେ ନିର୍ଯ୍ୟାତନା ।

ଏହାକୁ କିପରି ରୋକାଯାଇ ପାରିବ ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୁଇ ବର୍ଷ ତଳେ ଆରମ୍ଭ ହୋଇଛି ଆତ୍ମ ସୁରକ୍ଷା ଶିବିର । ଏହି ଆତ୍ମ ସୁରକ୍ଷା କୌଶଳ ତାଲିମ୍ ମାଧ୍ୟମରେ ସମାଜରେ ନାରୀ ଓ ଛାତ୍ରୀ ମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକାଯାଇ ପାରିବ । ତାଲିମ୍ ମାଧ୍ୟମରେ ନାରୀ ମାନେ ଓ ଛାତ୍ରୀ ମାନେ ନିଜ ସୁରକ୍ଷା ନିଜେ କରିପାରିବେ ଓ ଅନ୍ୟ ମାନଙ୍କୁ ତାଲିମ୍ ପ୍ରଦାନ କରିପାରିବେ । ଏହି ତାଲିମ୍ ଶିବିର ଲମତାପୁଟ ଜୁନିଅର୍ ଆମ୍ବେଦକର କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲମତାପୁଟ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ପାଠୀ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ଏଭଳି ଆହ୍ବାନ ଦେଇଛନ୍ତି । କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପଟ୍ଟନାୟକଙ୍କ ଅଧକ୍ଷତାରେ ଆୟୋଜିତ ଆତ୍ମ ସୁରକ୍ଷା ଶିବିର ଉଦ୍ଘାଟନ ସମାରରୋହରେ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ସତ୍ୟ ନାରୟଣ ମହାପାତ୍ର, ସୂର୍ଯୟନାରାୟଣ ବିଶୋଇ, ସୁବାଷ ଆଲଙ୍ଗ, ବିମଳ ସ୍ବାଇଁ, ସୁନାବେଡ଼ା ମହାବିଦ୍ୟାଳୟର ଏମାରେସ୍ ମମତା ଚୌଧରି, ଓ ଜ୍ୟୋତି ରାଣୀ ଦଳେଇ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ ।

Comments are closed.