ଦଶମ ଶ୍ରେଣୀ ସମ୍ଭେଟିଭି-୧ ପରୀକ୍ଷା ଦେଲେ ୯୧୩ ବିଦ୍ୟାର୍ଥୀ

0
181
ଦଶମ ଶ୍ରେଣୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୩/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସମ୍ଭେଟିଭି-୧ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେଉଛି ।

କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ନୋଡାଲ ସେଣ୍ଟର ଅଧୀନରେ ଦଶମ ଶ୍ରେଣୀ ସମ୍ଭେଟିଭି-୧ ପରୀକ୍ଷା ୫ଟି ସେଣ୍ଟର ରେ ପରୀକ୍ଷା ଅନୁଷ୍ଠିତ ହେଉଛି । କଲ୍ୟାଣସିଂହପୁର୧୭୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥି ମଧ୍ୟରୁ ୧୭୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁଉପସ୍ଥିତ ରହିଛନ୍ତି, ଜଗନ୍ନାଥ ପୁର ସେଣ୍ଟର ରେ ୧୫୫ ଜଣ ଆବେଦନ କରିଥିଲେ ।

ସେଥି ମଧ୍ୟରୁ ୧୪୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭ ଜଣ ଅନୁଉପସ୍ଥିତ, ଶିକରପାଇ ସେଣ୍ଟର ୨୧୪ ଆବେଦନ କରିଥିଲେ ସେଥି ମଧ୍ୟରୁ ୨୦୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ ଅନୁଉପସ୍ଥିତ ରହିଥିଲେ, ବୁଡ଼ାଗୁଡା ସେଣ୍ଟର ରେ ୧୮୪ ଆବେଦନ କରିଥିଲେ ସେଥି ମଧ୍ୟରୁ୧୬୮ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୬ଜଣ ଅନୁଉପସ୍ଥିତ ରହିଥିଲେ ।

ସେହିପରି କଲନରା ବ୍ଳକ ର ରିଭଲକୋଣା ସରକାରୀ ଉଚ୍ଚ ବିଦ୍ୟାଳୟ ର ୨୨୮ ଆବେଦନ କରିଥିବା ବେଳେ ୨୨୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁଉପସ୍ଥିତ ରହିଥିବା ନୋଡାଲ ସେଣ୍ଟରୁ ସୂଚନା ମିଳିଛି । ସ୍ଥାନୀୟ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଆଚାରି ଶବର ସୁପରି ଟାଣ୍ଟ ବାଭରେ ରହିଥିବା ବେଳେ ଡେ଼ପୁଟି ସୁପର ସୁପରି ଟାଣ୍ଟ ବାଭେ ପ୍ରଦୀପ କୁମାର ଦଳେଇ ରହିଛନ୍ତି । ପ୍ରତେକ ପରୀକ୍ଷା କେନ୍ଦ୍ର କୁ ଅବଜେରବେସନ ପରିଦର୍ଶନ କରିଥିଲେ । ମୋଟ ୫ ଟି ସେଣ୍ଟର ରୁ ୯୫୮ ଆବେଦନ କରିଥିବା ବେଳେ ୯୧୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୪୫ ଜଣ ବିଦ୍ୟାର୍ଥୀ ଅନୁଉପସ୍ଥିତ ରହିଥିବା ସୂଚନା ମିଳିଛି ।