Thursday, March 28, 2024

Top 5 This Week

Related Posts

୫ଟି ହାଇସ୍କୁଲ ର ଛାତ୍ରଛାତ୍ରୀ ଗୁଡ଼ାରି ସରକାରୀ ହାଇସ୍କୁଲ ରେ ପରୀକ୍ଷା ଦେଉଛନ୍ତି 

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୨୩/୧୧) : ରାୟଗଡ଼ା ଜିଲ୍ଲା ଗୁଡାରି ସରକାରୀ ହାଇସ୍କୁଲ ରେ ଆଜି ଠାରୁ ଆରମ୍ଭ ହେଲା ମାଟ୍ରିକ ସମ୍ମେଟିଭ-1 ପରୀକ୍ଷା । ୫ଟି ହାଇସ୍କୁଲ ର ଛାତ୍ରଛାତ୍ରୀ ଗୁଡ଼ାରି ସରକାରୀ ହାଇସ୍କୁଲ ରେ ପରୀକ୍ଷା ଦେଉଛନ୍ତି ।

୫ଟି ହାଇସ୍କୁଲ ର ଛାତ୍ରଛାତ୍ରୀ ଗୁଡ଼ାରି ସରକାରୀ ହାଇସ୍କୁଲ ରେ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷା ପୂର୍ବାହ୍ନ ୧୦ ଟା ରେ ଆରମ୍ଭ ହୋଇଥିଲା । ରେଗୁଲାର ୨୬୨ ଜଣ ଏବଂ ଏକ୍ସ ରେଗୁଲାର ୦୪ ଜଣ ମୋଟ ୨୬୬ ଜଣ ପରୀକ୍ଷାର୍ଥୀ ଏହି କେନ୍ଦ୍ର ରେ ପରୀକ୍ଷା ଦେଉଛନ୍ତି । ସ୍ଥାନୀୟ SSD ବାଳିକା ବିଦ୍ୟାଳୟ, କଦମା, ଭୁରୁକୁଡୁ, ବାଇନାଗୁଡ଼ା ଏବଂ ପଦ୍ମପୁର ବ୍ଲକ ର ନାଇରା ହାଇସ୍କୁଲ ର ପରକ୍ଷାର୍ଥୀ ଏହି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ।

ସୁପରିନଟେଣ୍ଡେଟ ଭାବେ ସୁଶାନ୍ତି ପେଦେନ୍ତି ଦାଇତ୍ୱ ତୁଲାଉ ଥିବାବେଳେ ଡେ଼ପୁଟି ସୁପରିନଟେଣ୍ଡେଟ ଭାବେ କଳ୍ପନା ଦେବୀ ନାଲା ଓ କିରଣ ନନ୍ଦ ଦାଇତ୍ୱ ତୁଲାଉଛନ୍ତି । ଗୁଡ଼ାରି ପୋଲିସ ପକ୍ଷରୁ କେନ୍ଦ୍ର ରେ ପୋଲିସ ମୁତୟନ ଅଛନ୍ତି । ୧୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁଶାନ୍ତି ପେଦେନ୍ତି କହିଛନ୍ତି ।

Popular Articles