ବିଜେପୁର ଆସନକୁ ପୁଣି ହତେଇଲା ଶାସକ ବିଜୁ ଜନତା ଦଳ

ରିପୋର୍ଟ: ନିରୋଜ ପାଣି
ବିଜେପୁର(୨୪/୧୦): ଚଳିତ ମାସ ୨୧ତାରିଖରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପ ନିର୍ବାଚନକୁ ପୁଣି ଥରେ ନିଜ ଦଖଲକୁ ନେବାରେ ସକ୍ଷମ ହୋଇଛି ଶାସକ ବିଜୁ ଜନତା ଦଳ ।

ପଦ୍ମପୁର ଗୋରୁ ମାର୍କେଟରେ ଶେଷ ହୋଇଥିବା ଭୋଟ ଗଣତି ଅନୁଯାୟୀ ବିଜେଡି ପ୍ରାର୍ଥୀନୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ୯୭୯୯୪ ଖଣ୍ଡ ଭୋଟରେ ପରାସ୍ତ କରି ବାଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭୯୫୫ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନ ଓ କଂଗ୍ରେସ ପ୍ରାର୍ଥୀ ଦୀଲିପ ପଣ୍ଡା ୫୮୭୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ହିନ୍ଦୁ ମହାସଭା ପ୍ରାର୍ଥୀ ଅଶୋକ ମିତ୍ତଲ ୧୨୧୯ ଓ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ୧୦୫୩ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାରେ ୧୯୮୨ଖଣ୍ଡ ଭୋଟ ପଡିଛି ।

Comments are closed.