Advertisements
Monday, July 6, 2020
Home 5 T programme ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି

ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୨୩/୧୦): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜନଶୁଣାଣୀ ମଞ୍ଚ ବ୍ଲକ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀପକ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ମନରେଗା ଜନଶୁଣାଣି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି |

ଏହି ଜନଶୁଣାଣିରେ ଟିଟିଲାଗଡ ଉପଜିଲ୍ଲାପାଳ ସୁଧାକର ନାୟକ, ବ୍ଲକ ଅଧକ୍ଷ ହଁସରାଜ ଜୈନ,ଏବିଡିଓ ନରେଶ କୁମାର ବେହେରା, ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା, ଜି ପି ଓ ନୀଳକଣ୍ଠ କାଲସାଏ, ସରପଞ୍ଚ ସମିତି ସଭ୍ୟ ୱାର୍ଡମେମ୍ବର, ଜଙ୍ଗଲ ବିଭାଗ, ବିଦ୍ୟୁତ ବିଭାଗ ଅଧିକାରୀ ଯୋଗଦେଇ ତାଙ୍କର ବିଭାଗରେ କଣ କାମ ହେଉଛି ସେମାନେ ଜଣାଇଥିଲେ | ଉପଜିଲାପାଳ ଶ୍ରୀ ନାୟକ ମନରେଗାର ମୁଖ୍ୟ ଉଦ୍ଦେଶ୍ୟ ବାବଦରେ ଅବଗତ କରିଥିଲେ ତା ସଙ୍ଗେ ସଙ୍ଗେ ସରକାରଙ୍କ 5-T ବିଷୟରେ ଜଣାଇଥିଲେ | ସମସ୍ତେ କାମଧନ୍ଦା ପାଇବେ ଯେପରି କିଏ ଭୋକିଲା ନ ରହିବେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ସେ ଗୁରୁତ୍ୱ ଦେଇ ସମସ୍ତ ଠିକ ହିସାବରେ କାମ କରିବା ପାଇଁ ତାଗିତ ମଧ୍ୟ କରିଥିଲେ | ଅଧକ୍ଷ ଶ୍ରୀ ଜୈନ ମନରେଗା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟକୁ ଅମଳରେ ଆଣିବାକୁ ସମସ୍ୟା ଥିଲେ ତାକୁ ଆଲୋଚନା କରିବା ସହିତ କାମ ତ୍ୱରାନ୍ୱିତ କରିବାପାଇଁ କହିଥିଲେ | ସେ କେତେ କାମ ସରିଥିଲେ ମଧ୍ୟ ପଇସା ନ ପାଇବା ଦୁର୍ଭାଗ୍ୟ ବିଷୟ ବୋଲି କହିଥିଲେ | ବିଟାବନ୍ଦ ସରପଞ୍ଚ ଅଗସ୍ତି ବାଗ ଅଭିଯୋଗ କରିଥିଲେ ଜବ କାର୍ଡ ଧାରି କାମଧନ୍ଦା ପାଉନାହାନ୍ତି ଯେଉଁ ମାଧ୍ୟମରେ କାମ ଦେବାକୁ ଜଣାଇଥିଲେ ବର୍ତ୍ତମାନ ନ ଦେଲେ ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯିବେ |

ସେଥିପାଇଁ ପ୍ରଶାସନ ଦାୟୀ ରହିବେ | ଅନେକ ସଦସ୍ୟ କାମ ସରିଲେ ମଧ୍ୟ ପଇସା ପାଉନାହାନ୍ତି, ସେଥିପାଇଁ ଦୁଃଖ ପ୍ରକାଶ କରିଥିଲେ | ଏହି କର୍ମଶାଳାରେ ଲେବେଡା ବ୍ଲକର ପିଠାପର ଗ୍ରାମର ସରସ୍ବତୀ ବାଗ ତାଙ୍କର ବୟସ ୯୦ବର୍ଷ କିନ୍ତୁ ଭତ୍ତାରେ ବଞ୍ଚିତ ଥିଲେ ତାଙ୍କୁ ଭତ୍ତା ଦେବାକୁ ଶ୍ରୀ ନାୟକ କର୍ମଶାଳାରେ ଦେଇଥିଲେ | ସେହିପରି ଆଉ ଜଣେ ଶୁଭଦ୍ରା ଛୁରିଆ କାମ କରିବା ସମୟରେ ତାଙ୍କର ଗୋଡ ଭାଙ୍ଗି ସେ ବହୁତ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଲେ ସେ ସରକାରଙ୍କ ତରଫରୁ ମାତ୍ର ପାଞ୍ଚ ହଜାର ଟଙ୍କା ପାଇଥିବା କହିଥିଲେ | ପ୍ରତି ପଞ୍ଚାୟତକୁ ଯାଇ ସିଆରପି ଟିମ ପରିଦର୍ଶନ କରି ସବୁ ରିପୋର୍ଟକୁ ପଠନ କରିଥିଲେ | ୨୦୧୮-୨୦୧୯ଟୋଟାଲ ପ୍ରୋଜେକ୍ଟ ୫୫୯୦ ରୁ ୧୭୦୪ ପୂର୍ଣ୍ଣ ହୋଇଛି | ରୁରାଲ କଣେକ୍ଟିଭିଟିରେ ୧୬୭-ରୁ ୭ଟି କାମ ସରିଛି, ପାଣି ସୁବିଧା ଟେଙ୍କ ପାଇଁ ୧୭୪ରୁ ୧୫ ସରିଛି | ପୋଖରୀ, ଛେଳି ଗୁହାଳ, ଇତ୍ୟାଦିରେ ୫୨୪୯ରୁ ୧୬୮୨କାମ ସରିଛି | କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏପିଓ ପ୍ରାଦୁମ୍ନ ଆଚାର୍ଯ୍ୟ, ଧନ୍ୟବାଦ ଧନ୍ୟଵାଡ ତ ଅର୍ପଣ କରିଥିଲେ ଶ୍ରୀ କାଲସାଏ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: