Advertisements
Sunday, July 5, 2020
Home District News ମୁରିବାହାଲ ରେ ଗ୍ରାମୀଣ ଦୈବିକ ଦୁର୍ବିପାକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ମୁରିବାହାଲ ରେ ଗ୍ରାମୀଣ ଦୈବିକ ଦୁର୍ବିପାକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୨୨/୧୦): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କନଫରେନ୍ସ ହଲରେ ଗ୍ରାମୀଣ ଦୈବୀ ଦୁର୍ବିପାକ କର୍ମଶାଳା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ସୀପକ କୁମାର ପାତ୍ରଙ୍କ ଅଧକ୍ଷ୍ୟତାର ଅନୁଷ୍ଠିତ ହୋଇଥିଲା | ବଲାଙ୍ଗୀର ଡିଆରଡିଏରେ ମିଟିଙ୍ଗ ହେଇଥିଲା | ଏଥିରେ ମୁରିବାହାଲ ବ୍ଲକକୁ ଓଡିଶା ସରକାର ବାଛିଛନ୍ତି |

ବ୍ଲକରେ ୫୧୭ଗ୍ରାମ ଅଛି, ସେଥିରୁ ୧୬ଟି ଗ୍ରାମକୁ ପ୍ରଥମେ ଦୈବିକ ଦୁର୍ବିପାକ ନିଆଯିବ | ଏଥିରେ ୧୫ ରୁ ୨୫ ଜଣ ସଦସ୍ୟ ରହିବେ | ଏଥିରେ ଜଣେ ରୁ ଦୁଇଜଣ ଜନ ପ୍ରତିନିଧି,୨ଜଣ ବୁଦ୍ଧିଜୀବୀ, ଏସଟି ଓ ଏସସି ରୁ ଦୁଇଜଣ, ବିଦ୍ୟୁତ ବିଭାଗରୁ ଦୁଇଜଣ ଏସଏସଜି ରୁ ୨ଜଣ, ଅବସରପ୍ରାପ୍ତ ଶିକ୍ଷକ, ଭିନ୍ନକ୍ଷମ ଓ ଏନଜିଓ କମିଟି ରେ ସଦସ୍ୟ ହୋଇପାରିବେ | ଗାଁର ସମସ୍ୟା ଗୋଟିଏ ଡାଟା ରହିବ | ସମସ୍ତ ପ୍ରକାର ଦୈବିକ ଦୁର୍ବିପାକ ପାଇଁ ଯାହା ଆବଶ୍ୟକ ପଡିବ ତାହା ସରକାରଙ୍କ ତରଫରୁ ଯୋଗାଇଦିଆଯିବ | ଏନଜିଓ ଆଶା ସମ୍ପାଦକ ଭାସ୍କର ସାହୁ ଏହି ବିଷୟରେ ପୁଙ୍ଖନୁପୁଙ୍ଖ ଆଲୋଚନା କରିଥିବାବେଳେ ବ୍ଲକ ଅଧକ୍ଷ ହଂସରାଜ ଜୈନ କର୍ମଶାଳା ଉପରେ ବକ୍ତବ୍ୟ ରଖିଥିଲେ | ସମସ୍ତଙ୍କୁ ସହଯୋଗ ରଖି କାମ କରିବାପାଇଁ ଅନୁରୋଧ କରିଥିଲେ | ଏହି କର୍ମଶାଳାରେ ଏବିଡିଓ ନରେଶ ଚନ୍ଦ୍ର ବେହେରା, ମୁଖ୍ୟ କିରାଣୀ ବୀରେନ୍ଦ୍ର କୁମାର ରାଏ, ପ୍ରାଣିଚିକିତ୍ସକ ଭବାନୀ ଶଙ୍କର ବେହେରା, ବିଦ୍ୟୁତ ବିଭାଗ, କୃଷି ବିଭାଗ, ଶିକ୍ଷ୍ୟା ବିଭାଗ, ସରପଞ୍ଚ, ପି ଓ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିପିଓ ନୀଳକଣ୍ଠ କାଲସାଏ କର୍ମଶାଳାକୁ ସଂଯୋଜନା କରିଥିବାବେଳେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: