Thursday, March 28, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୋନପୁର, (୨୩/୧୧) : ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଠାକୁରଙ୍କୁ ଦର୍ଶନ ପାଇଁ ହସଖୁସିରେ ଘରୁ ଗୋଡ଼ କାଢ଼ିଥିଲେ ସ୍ୱାମୀସ୍ତ୍ରୀ ।

ହେଲେ ସବୁଖୁସି ନିମିଷେକ ମଧ୍ୟରେ ଦୁରେଇଗଲା । ଛାରଖାର ହୋଇଗଲା ସୁନାର ସଂସାର । ଆଖି ଆଗରେ ସାତ ଜନମର ସାଥୀ ସବୁଦିନ ପାଇଁ ଆରପାରିକୁ ଛାଡ଼ି ଚଲାଗଲା । ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ ପୁଷ୍ପାଞ୍ଜଳି ବାଘ । ସ୍ୱାମୀ ଗିରିଧାରୀ ବାଘଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟ ସ୍ୱାମୀସ୍ତ୍ରୀଙ୍କ ଘର ଖୁଜେନଲପାଲିରେ ବୋଲି ଜଣାଯାଇଛି ।

ଆଜି ସକାଳେ ଗିରିଧାରୀ ଓ ତାଙ୍କ ସ୍ତ୍ରୀ ବାଇକ୍‌ରେ ଖୁଜେନଲପାଲିରୁ ବାହାରି ସୋନପୁର ସହରର ଏକ ମନ୍ଦିରକୁ ଆସୁଥିଲେ । ଏହି ସମୟରେ କଳାପଥର ଛକ ନିକଟରେ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପୁଷ୍ପାଞ୍ଜଳିଙ୍କର ମୃତ୍ୟୁ ହୋଇଥିବା ବେଳେ ଗିରିଧାରୀ ଗୁରୁତର ଆହତ ହୋଇଥିଲେ । ପୁଲିସ ପହଞ୍ଚି ଆମ୍ବୁଲାନ୍ସରେ ଗିରିଧାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । ପୁଲିସ ଦୁର୍ଘଟଣା ଗସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Popular Articles