Advertisements
Monday, June 1, 2020
Home Business & Private ଡାଲମିଆ ସିମେଣ୍ଟ କର୍ମଚାରୀଙ୍କ ବିଭିନ୍ନ ଦାବୀ ନେଇ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧରଣା

ଡାଲମିଆ ସିମେଣ୍ଟ କର୍ମଚାରୀଙ୍କ ବିଭିନ୍ନ ଦାବୀ ନେଇ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧରଣା

ରିପୋର୍ଟ: ରାଜେଶ କୁମାର ଜେନା
ସୁନ୍ଦରଗଡ଼(୨୩/୧୦): ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ରେ କର୍ମଚାରୀ ମାନେ ବିଭିନ୍ନ ଦାବୀ ନେଇ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧରଣାରେ ବସିଛନ୍ତି । ତାଙ୍କ ମୁଖ୍ୟ ଦାବି ଗୁଡିକ ହେଲା ଦୀର୍ଘ ୩୨ବର୍ଷ ହେଲା ରବୀନ୍ଦ୍ର ସିଂ କମ୍ପାନୀ ପାଇଁ କାମ କରି ଆସୁଥିବା ବେଳେ ତାଙ୍କୁ ଜୋର ଜବରଦସ୍ତ କାର୍ଯ୍ୟରୁ ସେବା ନିବୃତ ହେବା ପାଇଁ ବାଧ୍ୟ କରାଯାଉଛି ।

ଜନ ଶୁଣାଣି ବେଳେ କମ୍ପାନି କତ୍ତୃପକ୍ଷ ୭୫% ସ୍ଥାନୀୟ ନିଯୁକ୍ତି ଦେବାକୁ କହିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଇ ନାହିଁ । ବାହାର ରାଜ୍ୟରୁ କର୍ମଚାରୀଙ୍କୁ ନିଯୁକ୍ତି ଦେବା ବନ୍ଦ କରାଯାଉ । କର୍ମଚାରୀଙ୍କ ଦରମାକୁ ପୁନଃବିଚାର କରଯାଉ । ୩ବର୍ଷରେ ଥରେ କର୍ମଚାରୀଙ୍କ ପଦୋନ୍ନତି କରଯାଉ। ଠିକା ଶ୍ରମିକଙ୍କ ୪ବର୍ଷ କାର୍ଯ୍ୟକାଳ ପରେ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ବୋନସ ଠିକ ଭାବରେ ଦିଆଯାଉ । ସମସ୍ତ କର୍ମଚାରୀଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ବୀମା ବ୍ୟବସ୍ତା କରଯାଉ । ଏ ସବୁ ଦାବିକୁ ସମର୍ଥନ କରି ଆଜି ରାଜଗାଙ୍ଗପୁରର ପୂର୍ବତନ ବିଧ୍ୟାୟକ ତଥା ବର୍ତମାନ ବିଜେଡ଼ିର ଜିଲ୍ଲା ସଭାପତି ମଙ୍ଗଳା କିଷାନ, ବରିଷ୍ଟ ନେତା ଆନନ୍ଦ ମହାନ୍ତି, ଜିତୁ ଦାସ, ପୂର୍ବତନ ନଗରପାଳ ସୁଶ୍ରୀତା ପାଇକରାୟ, ଟାଉନ ସଭାପତି ଅମରେଶ ପଣ୍ଡା ପ୍ରମୁଖ କର୍ମଚାରୀ ସଙ୍ଘ ସହ ଧାରଣାରେ ବସିଥିଲେ । କମ୍ପାନୀ କତ୍ତୃପକ୍ଷଙ୍କୁ ଚେତାବନୀ ଦେଇକହିଛନ୍ତି ଯେ ଶାନ୍ତିର ସହ ଯଦି ଏହିସବୁ ଦାବୀର ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ସଙ୍ଘ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: