ସ୍ୱଚ୍ଛ ଭାରତରେ “ପପେଟ”ର ପଥପ୍ରାନ୍ତ ନାଟକ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୨୨/୧୦): ଜିଲ୍ଲା ଜଳପରିବହନ ମିଶନ ରାୟଗଡା ବ୍ଲକ କାଶିପୁରରେ ସ୍ଵଚ୍ଚତା ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି |

ବିଡ଼ିଓ ବେଦବର ପ୍ରଧାନ ଏବଂ ଜେଇ ଦାମୋଦର ବେହେରାଙ୍କ ଉପସ୍ଥିତରେ ସୁଦୂର ଭୁବନେଶ୍ୱର ରୁ ଆସିଥିବା “ପପେଟ” ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକ ନାଟକ ଖଜୁରୀ ଗଛ ପରିବେଷଣ କରାଯାଇଥିଲା | ଏହି ନାଟକଟି ଖୁବ ସୁନ୍ଦର ଶିକ୍ଷଣୀୟ ଏବଂ ହୃଦୟସ୍ପର୍ଶୀ ଥିଲା | ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ନାଟକଟିକୁ ଉପଭୋଗ କରିଥିଲେ | ନାଟକରେ ପରିବେଶକୁ ସଫାସୁତୁରା ରଖିବା, ପାଇଖାନାର ବ୍ୟବହାର ଏବଂ ତାର ନିର୍ମାଣ, ପ୍ଲାଷ୍ଟିକ ବର୍ଜନ, ପାଣିକୁ ଫୁଟାଇବା, ମଶାରୀ ତଂଗୀର ଶୋଇବା ସ୍ୱାସ୍ଥ୍ୟ ସଚେତନ ଉପରେ ପର୍ଯ୍ୟବେସିତ ଥିଲା |

Comments are closed.