Friday, March 29, 2024

Top 5 This Week

Related Posts

ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ୮ଜଣ ଡଙ୍ଗରିଆ ଆହତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ରେ ଭାରସାମ୍ୟ ହରାଇ ଓଲଟିବାରୁ ୮ଜଣ ଡ଼ଙ୍ଗରିଆ ମହିଳା ଓ ପୁରୁଷ ଆହତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।

ଆଜି ସନ୍ଧ୍ୟା ରେ ନିୟମଗିରି ପାହାଡ ରେ ବସବାସ କରୁଥିବା ଡଙ୍ଗାମାଟି, ଲାଖପଦର ଓ ପଟାଙ୍ଗ ପଦର ଗାଁ’ର ମହିଳା ପୁରୁଷ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଚାଉଳ ନେଇ ଏକ କମାଣ୍ଡରରେ ନିଜ ଗାଁ’କୁ ଯାଉଥିବା ବେଳେ ପାରସାଲି ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ସେଥିରେ ବସିଥିବା ଡଙ୍ଗରିଆ ମହିଳା ପୁରୁଷ ମାନେ ସାମାନ୍ୟ ଆହତ ହୋଇଛନ୍ତି ।

ସେଥିରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ସମେତ ଦଧି ସିକକା, ତେଲାଡି କାଡ୍ରାକା, ଡ୍ରିଞ୍ଚ ହୁଈକା, ଟେଣ୍ଟ ସିକକା, ମିଞ୍ଜଳୀ ୱାନ୍ଦାଲାକା, ମୁଣ୍ଡି ସିକକା, ଡେଙ୍ଗି ୱାନ୍ଦାଲାକା ପ୍ରମୁଖ ଆହତ ହୋଇ ପଡିରହିଥିଲେ । ଏହି ଖବର ପାଇ ନିୟମଗିରି ଅଞ୍ଚଳର ଡଙ୍ଗରିଆ ଯୁବକ ମାନେ ଏକତ୍ରିତ ହୋଇ ଏକ ଅଟୋରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଥିରେ ନିୟମ ଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା ଙ୍କ ଗୋଡ଼ରେ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି ।

Popular Articles