Friday, March 29, 2024

Top 5 This Week

Related Posts

ଖଣ୍ଡା, ଫାର୍ସାରେ ୩ ଭାଇଙ୍କୁ ପକାଇଲେ ଚୋଟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୧୧) : ପାନ ଦୋକାନରେ ପଶିଲେ ୨୦ରୁ ଅଧିକ ଯୁବକ । ହାତରେ ଖଣ୍ଡା, ଫାର୍ସା ଧରି ପାନ ଦୋକାନୀଙ୍କୁ ଅତର୍କିତ ଆକ୍ରମଣ କଲେ ।

ଏହାକୁ ପ୍ରତିବାଦ କରିବାରୁ ତାଙ୍କ ୨ ସାନ ଭାଇଙ୍କୁ ବି ଖଣ୍ଡା, ଫାର୍ସା ରେ ଆକ୍ରମଣ କରି ଲହୁଲୁହାଣ କଲେ । ଏଥିରେ ପାନ ଦୋକାନୀଙ୍କ ସମେତ ତାଙ୍କ ୨ ଭାଇ ବି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଏପରି ମରଣାନ୍ତକ ଆକ୍ରମଣ ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଘଟିଛି । ପୂର୍ବ ଶତ୍ରୁତାରୁ ଏପରି ଗଣ୍ଡଗୋଳ ଘଟିଥିବା ଜଣାଯାଇଛି । ଆକ୍ରମଣରେ ଗୁରୁତର ୩ ଭାଇ ହେଲେ ପ୍ରଣବ ସେନାପତି ଓ ତାଙ୍କ ଦୁଇ ସାନ ଭାଇ ପ୍ରଦୋଷ ସେନାପତି ଓ ପ୍ରବୀଣ ସେନାପତି ।

ପ୍ରଣବ ସେନାପତିଙ୍କ କହିବାନୁଯାୟୀ, ୨ ଦିନ ପୂର୍ବେ ଗାଁ’ର କିଛି ଯୁବକଙ୍କ ସହ ତାଙ୍କ ପରିବାରର ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ଏହାର ସମାଧାନ ହୋଇଥିଲା । ଏହାକୁ ନେଇ ଗତକାଲି ରାତିରେ ଦୋକାନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଯୁବକ ହାତରେ ଖଣ୍ଡା, ଫାର୍ସ ଧରି ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ । ଏହାଦେଖି ମୋତେ ବଞ୍ଚାଇବାକୁ ଆସି ମୋ ୨ ଭାଇ ବି ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି । କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ସେନେଇ ତଦନ୍ତ କରୁଛି ପୁଲିସ ।

Popular Articles