Friday, March 29, 2024

Top 5 This Week

Related Posts

ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୧/୧୧) : ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ସୋମବାର ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନ୍ନା ଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 21 at 18.56.11 1 ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ଏହି ଅଭିଯୋଗ ଶିବିରରେ ପୁରୁଣାକଟକ ଗ୍ରାମପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ସମୁଦାୟ ୮୧ ଜଣ ଅଭିଯୋଗ ଆଣିଥିବା ବେଳେ ସେଥି ମଧ୍ୟରୁ ୭୪ ଟି ଅଭିଯୋଗ ବ୍ୟକ୍ତିଗତ, ୭ ଗୋଟି ଗ୍ରାମ୍ୟ ଅଭିଯୋଗ ଆସିଥିଲା । ତନମଧ୍ୟରୁ ୧୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଇଁ ୫୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୪୫ ହଜାର ଟଙ୍କା ୧୧ ଜଣଙ୍କୁ ରେଡକ୍ରସ ପାଣ୍ଠି ରୁ ସହାୟତା କରାଯାଇଥିଲା ।

ଉକ୍ତ ଶିବିରରେ ୩୯ ଟି ଅଭିଯୋଗ କୁ ତତ୍କାଳୀନ ସମାଧାନ କରାଯାଇଥିଲା ଓ ଜଣେ ଭିନ୍ନ କ୍ଷମ କୁ ଏକ ଟ୍ରାଏ ସାଇକେଲ ଯୋଗାଇଦିଆଯାଇଥିଲା । ଶିବିରରେ ବୌଦ୍ଧ ଜିଲ୍ଲା PD ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର, ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଙ୍କ ସମେତ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ବିଭାଗ ର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Popular Articles