ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ରିପୋର୍ଟ:- ନିରୋଜ ପାଣୀ ଓ ଡିଲେଶ୍ଵର ବାଗ
ପଦ୍ମପୁର(୨୨/୧୦): ସରକାରୀ ବ୍ୟାଙ୍କ ଗୁଡିକ ମଧ୍ୟରେ ହେବାକୁ ଥିବା ମିଶ୍ରଣକୁ ବିରୋଧ କରି ଆଜି ସାରା ଦେଶରେ ଦୁଇଟି ସଂଘ ଦେଇଥିବା ଧର୍ମଘଟ ପଦ୍ମପୁରରେ ମଧ୍ୟ ଦେଖିବାକୁ ମିଳିଛି |

ପଦ୍ମପୁରରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଓ ଇଣ୍ଡିଆନ ବ୍ୟାଙ୍କର କର୍ମଚାରୀ ମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି | ଫଳରେ ନେଣଦେଣ ତଥା ବ୍ୟାଙ୍କର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜନସାଧାରଣ ନାହିଁ ନ ଥିବା ହଇରାଣ ହେଉଥିବାର ଦେଖିବାକୁ ମିଳିଛି |

Comments are closed.