କାଶୀନଗର ବ୍ଲକ ରେ ଗଠନ ହେଲା ରାଜ୍ୟ ସାମ୍ବାଦିକ ୟୁନିଅନ

0
176
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୧୧) : କାଶୀନଗର ବ୍ଲକ ରେ ଗତକାଲି ଓଡ଼ିଶା ସାମ୍ବାଦିକ ୟୁନିଅନ ଗଠିତ ହୋଇଛି ।

ଗଜପତି ଜିଲ୍ଲା ସଭାପତି ଶ୍ରୀ ଗରୁଡଧ୍ଵଜ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା ଓ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ । କାଶୀନଗର ବ୍ଲକର ସମସ୍ତ ପ୍ରିଣ୍ଟ ମିଡ଼ିଆ ଓ ୱେବ ମିଡ଼ିଆର ସାମ୍ବାଦିକ ଯୋଗ ଦେଇଥିଲେ । ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଆଗାମୀ ରବିବାର ଦିନ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସଙ୍ଘର ସଭା ପାଇଁ ଜିଲ୍ଲା ସଙ୍ଘ ସମସ୍ତଙ୍କୁ ନିମଂତ୍ରଣ କରିଥିଲେ । ଏହା ପାରେ ରାଜ୍ୟ ସ୍ତରୀୟ ସଭା ହେବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ।