Advertisements
Monday, June 1, 2020
Home Development ଶେଷ ହେଲା ବିଜେପୁର ଉପ ନିର୍ବାଚନ; ଇଭିଏମ୍ ମେସିନରେ ଭର୍ତ୍ତି ହେଲା ନେତାଙ୍କ ଭାଗ୍ୟ

ଶେଷ ହେଲା ବିଜେପୁର ଉପ ନିର୍ବାଚନ; ଇଭିଏମ୍ ମେସିନରେ ଭର୍ତ୍ତି ହେଲା ନେତାଙ୍କ ଭାଗ୍ୟ

ରିପୋର୍ଟ: ନିରୋଜ ପାଣି ଓ ଡିଳେଶ୍ୱର ବାଗ
ପଦ୍ମପୁର(୨୨/୧୦): ବିଜେପୁର ଉପ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ଵାରା ତାରିଖ ଘୋଷଣା ହେବା ଠାରୁ ତିନି ପ୍ରମୁଖ ଦଳ ଙ୍କ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇଁ ଥିଲା | ଛକା ପଞ୍ଝା ମଧ୍ୟରେ ତିନି ପ୍ରମୁଖ ଦଳ ନାମାଙ୍କନ ପତ୍ର ଦାଖଲ କରିଥିଲେ | ପ୍ରାର୍ଥୀ ପତ୍ର ଚୂଡାନ୍ତ ପରେ ପ୍ରମୁଖ ଦଳର ପ୍ରାର୍ଥୀ ବିଜେପୁର, ବରପାଲି ଓ ଗାଇସିଲେଟ ବ୍କକର ଗ୍ରାମ ଗୁଡିକ ଭୋଟ ପ୍ରଚାର ପାଇଁ ଯାଇଥିଲେ ଓ ସଭା ମଧ୍ୟ କରିଥିଲେ |

ଏହି ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ସମ୍ବହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ନରସିଂହ ମିଶ୍ର ପ୍ରମୁଖ ବରିଷ୍ଠ ନେତା ସାମିଲ ହୋଇଥିଲେ | ଗତ କାଲି ୨୮୪ ଗୋଟି ମତଦାନ କେନ୍ଦ୍ରରେ ଉପ ନିର୍ବାଚନ ଶେଷ ହୋଇଛି | କେବଳ ଗାଇସିଲେଟ ବ୍କକ ଅନ୍ତର୍ଗତ ବାବେବାହାଲ ଗ୍ରାମରେ ଲୋକେ ଭୋଟ ବର୍ଜନ କରିଥିଲେ | ବର୍ତ୍ତମାନ ଇଭିଏମ୍ ମେସିନରେ ପ୍ରମୁଖ ନେତାଙ୍କ ଭାଗ୍ୟ ଭର୍ତ୍ତି ହୋଇଛି | ଆସନ୍ତା ୨୪ ତାରିଖ ଗୁରୁବାର ଦିନ ଫଳାଫଳ ଘୋଷଣା ହେଲା ପରେ ଜଣା ପଡିବ କିଏ ହେବ ବିଜେପୁରର ନୁତନ ବିଧାୟକ ? ମତ ଦାତାଙ୍କ ନିସ୍ପତି ବନ୍ଦ ଅଛି ଇଭିଏମରେ ଏବଂ ପୁଲିଙ୍ଗ ପାର୍ଟି ଫେରିବା ପରେ ଇଭିଏମ ଗୁଡିକି ପଦ୍ମପୁର ଆରଏମସି ସ୍ଥିତ ଗୋଡାଉନରେ ନିର୍ମିତ ଷ୍ଟ୍ରଙ୍ଗ ରୁମରେ ବନ୍ଦ କରାଯାଇଛି ।

ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରତ୍ୟେକ ରାଉଣ୍ଡରେ ୧୪ଟି ଟେବୁଲର ବ୍ୟବସ୍ଥା ଥିବା ବେଳେ ଗୋଟେ ରାଉଣ୍ଡ ଟେବୁଲ ସହ ଜଣେ ମାଇକ୍ରୋ ଅବଜର୍ଭର ମଧ୍ୟ ରହିବେ । ଏ ନେଇ ସୁରକ୍ଷା ବ୍ୟବସ୍ଥା କଡା କଡୀ ହୋଇଥିବା ବେଳେ ୧କମ୍ପାନୀ ସିଆରପିଏଫ ସହ ୧ ବ୍ୟାଟେଳିଆନ ଓଡିଶା ପୁଲିସ ମଧ୍ୟ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: